ହରିଚନ୍ଦନପୁର: ୨୫ ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ରହିଛି ହରିଚନ୍ଦନପୁରର ଜଗନ୍ନାଥ ମନ୍ଦିର। ୧୯୯୯ରେ ପ୍ରାକ୍ତନ ସର୍ବଭାରତୀୟ ସମବାୟ ସମିତିର ସଭାପତି ସୁର ପଟ୍ଟନାୟକ ମନ୍ଦିର ନିର୍ମାଣ ପାଇଁ ଶୁଭ ଦେଇଥିଲେ। ଲକ୍ଷ୍ମୀପୂଜା କମିଟିର ତତ୍ତ୍ଵାବଧାନରେ ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିଲା। ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସହାୟତା ଓ କେନ୍ଦୁଝର ଜିଲ୍ଲାପରିଷଦ ଅନୁଦାନରେ ମନ୍ଦିର ନିର୍ମାଣ କରାଯାଉଥିଲା। ଏହାଛଡ଼ା କିଛି କିଛି ବେସରକାରୀ ସଂସ୍ଥା ମଧ୍ୟ ସହାୟତା ଦେଇଥିଲେ। ଗତବର୍ଷ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ମନ୍ଦିର ନିର୍ମାଣ ଲାଗି ୧୦ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିଲା। ଏହାସତ୍ତ୍ୱେ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହୋଇନାହିଁ। ମନ୍ଦିର ପରିସରରେ ମା’ ଲକ୍ଷ୍ମୀ ଓ ବିମଳାଙ୍କ ମନ୍ଦିର ନିର୍ମାଣ କରାଯାଇ ନାହିଁ। ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହେଲେ ଏଠାରେ ରଥଯାତ୍ରା ସାଙ୍ଗକୁ ଶ୍ରଦ୍ଧାଳୁମାନେ ଶ୍ରୀଜିଉମାନଙ୍କୁ ଦର୍ଶନ କରିପାରିବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
୨୫ ବର୍ଷ ହେଲା ଅସମ୍ପୂର୍ଣ୍ଣ ହରିଚନ୍ଦନପୁରର ଜଗନ୍ନାଥ ମନ୍ଦିର
Advertisment
Follow Us