ସାମ୍ବାଦିକ ତଥା ଜଣାଶୁଣା ପାଲାଗାୟକ ନିରଞ୍ଜନ ମହାନ୍ତଙ୍କ ଅକାଳ ବିୟୋଗ

Advertisment
ସାମ୍ବାଦିକ ତଥା ଜଣାଶୁଣା ପାଲାଗାୟକ ନିରଞ୍ଜନ ମହାନ୍ତଙ୍କ ଅକାଳ ବିୟୋଗ

ଘଟଗାଁ/ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ପଣ୍ଡାପଡ଼ାର ବରିଷ୍ଠ ସାମ୍ବାଦିକ ତଥା ଜଣାଶୁଣା ପାଲାଗାୟକ ସୁସଂଗଠକ ନିରଞ୍ଜନ ମହାନ୍ତ (୫୦)ଙ୍କ ଅକାଳ ବିୟୋଗ ଘଟିଛି। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗୋଡ଼ରେ ଅସ୍ତ୍ରୋପଚାର ପରେ ସେ ଘରକୁ ଫେରିଥିଲେ। ଗତକାଲି ହଠାତ୍‌ ସେ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସା ପାଇଁ ନିଆଯିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ବିଦ୍ୟୁତ୍‌ଲତା, ଦୁଇଝିଅ ଆଧ୍ୟାତ୍ମିକା ଓ ଆରାଧ୍ୟା ଉପସ୍ଥିତ ଥିଲେ।

ନିରଞ୍ଜନ ମହାନ୍ତଙ୍କ ପରଲୋକ ଖବର ପାଇ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ପୂର୍ବତନ ସାଂସଦ ଅନନ୍ତ ନାୟକ, ପ୍ରାଧ୍ୟାପକ ଡ. ଧୀରେନ କୁମାର ମହାନ୍ତି, ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନ ସଭାପତି ତଥା ବରିଷ୍ଠ ସାମ୍ବାଦିକ ନୃସିଂହନାଥ ସିଂହ, ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, କୃଷକ ନେତା ଏସ୍‌କେ ମୋବିନ, କଂଗ୍ରେସ ନେତା ଇଂ ବିନୋଦ ବିହାରୀ ନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ସେହିପରି ‘ସମ୍ବାଦ’ କେନ୍ଦୁଝର ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ୱାଇଁ, ପ୍ରସାର ଅଧିକାରୀ ପ୍ରତାପ ନାୟକ, ବିଜ୍ଞାପନ ଅଧିକାରୀ ପାର୍ଥସାରଥି ନାୟକ, ସାମ୍ବାଦିକ ଶ୍ରୀନିବାସ ପାଇକରାୟ, ଆନନ୍ଦ ଚନ୍ଦ୍ର ସିଂହ ପ୍ରମୁଖ ପହଞ୍ଚି ତାଙ୍କ ଶେଷଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe