ଦେଶୀ ହାଣ୍ଡିଶାଳ, ‌ବିଦେଶୀ ପରିବା

Advertisment
ଦେଶୀ ହାଣ୍ଡିଶାଳ, ‌ବିଦେଶୀ ପରିବା

Himtime

କେନ୍ଦୁଝର : କେନ୍ଦୁଝରରେ ପରିବା ସଙ୍କଟ ଦେଖାଦେଇଛି। ଦେଶୀ ପରିବା ବଦଳରେ ରାଜ୍ୟ ବାହାର ପରିବା ଉପରେ ନିର୍ଭର କରିବାକୁ ପଡ଼ୁଛି। ଚଢ଼ା ଦରରେ ପରିବା କିଣିବାକୁ ପଡ଼ୁଛି। ଏମିତିକି ଥରେ ବଜାରକୁ ଗଲେ ୫ଶହ ଟଙ୍କାରେ ପରିବା ବ୍ୟାଗ୍‌ ଭର୍ତ୍ତି ହେଉନାହିଁ। କେନ୍ଦୁଝର ଜିଲ୍ଲାର ଜମିଗୁଡିକ ମୁଖ୍ୟତଃ ପାହାଡ଼ିଆ ଏବଂ ଉଚ୍ଚା କିସମର। ରଜ ପରେ ପରେ ବର୍ଷା ଆରମ୍ଭ ହେବା ପ‌ରଠାରୁ ବିଭିନ୍ନ ଅଞ୍ଚଳରେ ପରିବା ମଞ୍ଜି ଲାଗିଛି। ଯାହାକି ଆଉ କିଛି ଦିନ ପରେ ଅର୍ଥାତ ଶୀତ ଦିନ ଆରମ୍ଭରୁ ଅମଳ ‌ହେବ। ଏଥିପାଇଁ ଏବେ ବାହାର ରାଜ୍ୟରୁ ଆସୁଥିବା ପରିବା ଚଢ଼ା ମୂଲ୍ୟରେ ବିକ୍ରି‌ ହେଉଛି।

ଏଠାରେ ଦେଶୀ କାଙ୍କଡ଼ ଫଳୁଥିବାରୁ ସ୍ଥାନୀୟ ବଜାରରେ ଏହାର ମୂଲ୍ୟ କିଲୋ ପ୍ରତି ୨ଶହ ଟଙ୍କା। ବଡ଼ କାଙ୍କଡ ୬୦ ଟଙ୍କା। ବଡ଼ କାଙ୍କଡ ବାଙ୍ଗାଲୋରରୁ ଆସୁଛି। ସେହିପରି ପୋଟଳ, ଟମାଟୋ, ଫୁଲକୋବି, ବନ୍ଧାକୋବି, ବିଟ୍‌, ଗାଜର, ବିନ୍‌ସ, ଧନିଆପତ୍ର ବି ବାଙ୍ଗାଲୋର ଏବଂ ରାଞ୍ଚିରୁ ଆସୁଛି। ଲେମ୍ବୁ, କଦଳୀ ଆଦି ଆନ୍ଧ୍ରରୁ ଆସୁଛି।

କେନ୍ଦୁଝର ବଜାରରେ କିଛି ଦେଶୀ ଛୁଇଁ ମିଳୁଛି। ଏହା ଆନନ୍ଦପୁର ଅଂଚଳରୁ ଆସୁଛି। ସେହିପରି ଧଳା ବାଇଗଣ ସ୍ଥାନୀୟ ଅଞ୍ଚଳର। କଳାବାଇଗଣ ପାଲଲହଡା ଅଞ୍ଚଳରୁ ଆସୁଛି। ଅମୃତଭଣ୍ଡା ସ୍ଥାନୀୟ ଅଂଚଳରୁ ସଂଗ୍ରହ ହେଉଛି। କଦଳୀ ଏବଂ ଲେମ୍ବୁର ଆବଶ୍ୟକତା ମଧ୍ୟ କିଛି ଅଂଶରେ ସ୍ଥାନୀୟ ଚାଷୀ ପୂରଣ କରିପାରୁଛନ୍ତି। ଏ ସଂପର୍କରେ କେନ୍ଦୁଝର କୃଷକ ବଜାରରେ ପରିବା ବିକ୍ର କରୁଥିବା ଜଣେ ପରିବା ବ୍ୟବସାୟୀ ସତ୍ୟାନନ୍ଦ ବାରିକ କହିଛନ୍ତି, ସ୍ଥାନୀୟ ଚାଷୀଙ୍କ ପରିବା ଆମେ କିଣିଲେ ଟିକେ କମ ମୂଲ୍ୟରେ କିଣି ଥାଉ ଏବଂ କମ୍‌ ମୂଲ୍ୟରେ ବିକ୍ରି କରିଥାଉ। ମାତ୍ର ଏବେ କେନ୍ଦୁଝରରେ ଦେଶୀ ପରିବା ମିଳୁ ନାହିଁ। ତେଣୁ ବାହାର ରାଜ୍ୟର ପରିବା ଡିଲର ଆମକୁ ବିକ୍ରି କରିବା ପରେ କିଛି ଲାଭ ରଖି ବିକ୍ରି କରୁଛି। ସେଥିପାଇଁ ବଜାରରେ ପରିବା ମୂଲ୍ୟ ଅଧିକ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe