୫୦ ଫୁଟ୍ ତଳକୁ ଖସିଲା କାର୍‌ : ଅଳ୍ପକେ ବର୍ତ୍ତିଲେ ମହିଳା ଡାକ୍ତର

Advertisment
୫୦ ଫୁଟ୍ ତଳକୁ ଖସିଲା କାର୍‌ : ଅଳ୍ପକେ ବର୍ତ୍ତିଲେ ମହିଳା ଡାକ୍ତର

ଆନନ୍ଦପୁର: ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଶୈଲଙ୍ଗ ଓଭରବ୍ରିଜ୍ ନିକଟରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍‌ଟି ଭାରସାମ୍ୟ ହରାଇ ୫୦ ଫୁଟ ତଳ ସର୍ଭିସ ରୋଡକୁ ଖସିପଡ଼ିଛି। ଏଥିରେ ଥିବା କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଶୁଭଶ୍ରୀ ମିଶ୍ର(୫୫) ଅଳ୍ପକେ ବର୍ତ୍ତି ଯାଇଥିଲେ।

ଡାକ୍ତର ମିଶ୍ର ନିଜର କାର୍‌ ଚଳାଇ କେନ୍ଦୁଝର ଯାଉଥିଲେ। ଗତକାଲି ଅପରାହ୍‌ଣ ସାଢ଼େ ୪ଟା ସମୟରେ କାର୍‌ଟି ଓଭରବ୍ରିଜ୍‌ ତଳକୁ ଖସି ପଡ଼ିଥିଲା। ଡାକ୍ତର ମିଶ୍ର ସାମାନ୍ୟ ଆହତ ହୋଇଥିବାବେଳେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଘସିପୁରା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର୍‌କୁ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe