କେନ୍ଦୁଝର : କେନ୍ଦୁଝର ସଦର ବ୍ଲକ ମହାଦେଇଯୋଡା ପଞ୍ଚାୟତ ରଥମରା ଗାଁର ସରକାରୀ ଜମିରେ ନିର୍ମାଣ ହେଉଥିବା ଚର୍ଚ୍ଚକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି । ଏ ସଂପର୍କରେ ଗତ ୨୧ ତାରିଖ ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ଗତକାଲି ଆଦିବାସୀ ନେତା ତଥା ଜିଲ୍ଲାପରିଷଦ ସଦସ୍ୟ ରଥ ମୁଣ୍ଡା, ଜିଲ୍ଲାସ୍ତରୀୟ ହୋ ସମାଜ ଉପୁରୁମ ଜୁମୁରୁ କମିଟିର ସାଧାରଣ ସଂପାଦକ ଚିନ୍ମୟ ସଏ ରଥମରାରେ ପହଞ୍ଚି ଚର୍ଚ୍ଚ ନିର୍ମାଣକୁ ବିରୋଧ କରିବା ସହିତ ପ୍ରଲୋଭିତ ହୋଇ ଧର୍ମ ପରିବର୍ତ୍ତନ କରିଥିବା ଆଦିବାସୀଙ୍କୁ ବୁଝାସୁଝା କରିଥିଲେ। ଆଜି ସଦର ବିଧାୟକ ମୋହନ ଚରଣ ମାଝୀ ମଧ୍ୟ ରଥମରା ଗାଁରେ ପହଞ୍ଚି ବେଆଇ ଭାବେ ନିର୍ମାଣ ହେଉଥିବା ଚର୍ଚ୍ଚକୁ ବିରୋଧ କରିବା ସହିତ ଧର୍ମ ପରିବର୍ତ୍ତନ କରିଥିବା ଲୋକଙ୍କୁ ବୁଝାସୁଝା କରିଥିଲେ ।
ଚର୍ଚ୍ଚ ନିର୍ମାଣକୁ ବିରୋଧ: ରଥମରାରେ ସଦର ବିଧାୟକ
Advertisment
Follow Us