ବନ୍ଧୁକ ମୁନରେ ମଦ ଦୋକାନରୁ ଲକ୍ଷାଧିକ ଟଙ୍କା ଡ଼କାୟତି

Advertisment
ବନ୍ଧୁକ ମୁନରେ ମଦ ଦୋକାନରୁ ଲକ୍ଷାଧିକ ଟଙ୍କା ଡ଼କାୟତି

Twitter

ଯୋଡ଼ା: କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ନାରଦପୁରଠାରେ ଗତକାଲି ରାତ୍ରି ୧୦ ଘଟିକା ସମୟରେ ବିଦେଶୀ ମଦ ଦୋକାନରୁ ବନ୍ଧୁକ ଦେଖାଇ ୧ ଲକ୍ଷ ୫୬ ହଜାର ଟଙ୍କା ଲୁଟ। ଦୁଇଟି ବାଇକ ରେ ପାଞ୍ଚଜଣ  ଦୁର୍ବୃତ୍ତ ଆସି ବନ୍ଧୁକ ମୁନରେ ଲୁଟିଲେ। ଲୁଟ ପରେ ସିସିଟିଭି ତାର ଛିଡାଇ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ଏ ନେଇ ଚମ୍ପୁଆ ଥାନାରେ ଅଭିଯୋଗ ପରେ ପୁଲିସ ବିଭିନ୍ନ ସ୍ଥାନରେ ଛ।ନଭିନ ଆରମ୍ଭ କରିଛି।

ଯୋଡ଼ା ଓ ଚମ୍ପୁଆ ଅଞ୍ଚଳରେ ଏବେ ଏକ ବଡ଼ ଧରଣର ଡ଼କାୟତି ଗ୍ୟାଙ୍ଗ ସକ୍ରିୟ ହୋଇ ଗୋଟେ ପରେ ଗୋଟେ ଡ଼କାୟତି ଘଟାଇ ଚାଲିଛନ୍ତି। ପୁଲିସ ଅପରାଧ ରୋକିବାରେ ବିଫଳ ହୋଇଛି। ଏପରି ଡ଼କାୟତି ଖଣି ଅଞ୍ଚଳରେ ବୃଦ୍ଧି ପାଇବା ପରେ ବ୍ୟବସାୟୀ ମହଲରେ ଆତଙ୍କ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe