ବନ୍ଧୁକ-ଭୁଜାଲି ଦେଖାଇ ପେଟ୍ରୋଲ ପମ୍ପରୁ ୨୦ଲକ୍ଷ ଟଙ୍କା ଧରି ୬ ଲୁଟେରା ଚ଼ମ୍ପଟ

Advertisment
ବନ୍ଧୁକ-ଭୁଜାଲି ଦେଖାଇ ପେଟ୍ରୋଲ ପମ୍ପରୁ ୨୦ଲକ୍ଷ ଟଙ୍କା ଧରି ୬ ଲୁଟେରା ଚ଼ମ୍ପଟ

କେନ୍ଦୁଝର: କେନ୍ଦୁଝର ସଦର ବ୍ଲକର ପଦ୍ମପୁର ନିକଟସ୍ଥ ରିଲାଏନ୍ସ ପେଟ୍ରୋଲ ପମ୍ପରୁ ଆଜି ସକାଳ ୪ଟାବେଳେ ବନ୍ଧୁକ-ଭୁଜାଲି ଦେଖାଇ ୬ଜଣ ଲୁଟେରା ୨୦ଲକ୍ଷ ଟଙ୍କା ଧରି ଚ଼ମ୍ପଟ ମାରିଛନ୍ତି। ମିଳିଥିବା ଖବରଅନୁସାରେ, ସକାଳୁ ପଦ୍ମପୁର ପଟୁ ଏକ ପଲସର ଏବଂ କେଟିଏମ୍ ବାଇକ୍ ରେ ଏହି ଲୁଟେରାମାନେ ମୁଖାପିନ୍ଧି ପ୍ରଥମେ ପେଟ୍ରୋଲ ପମ୍ପରେ ପ୍ରବେଶ କରିଥିଲେ। ସେଠାରେ ଥିବା ଜୟ ପ୍ରକାଶ ଦେହୁରୀ ଓ ତପନ ଖଟୁଆଙ୍କୁ ପ୍ରଥମେ ଦୁଇ ବାଇକରେ ପେଟ୍ରୋଲ ମାଗି ଗାଡ଼ିରେ ପକାଇଲେ। ପରେ ହଠାତ୍ ସେଠାକାର ସୁରକ୍ଷାକର୍ମୀ ମଧୁସୂଦନ ଆପଟ୍ଟ ଉଭୟ ଦୁଇ କର୍ମଚାରୀଙ୍କୁ ବନ୍ଧୁକ ଭୁଜାଲି ଦେଖାଇ ପେଟ୍ରୋଲ ପମ୍ପ  ମ୍ୟାନେଜରଙ୍କ ପାଖକୁ ଆଣିଥିଲେ।

ମ୍ୟାନେଜର ଶୈଳେଶ ମହାନ୍ତିଙ୍କୁ ମଧ୍ୟ ଏହି ଅସ୍ତ୍ରଶସ୍ତ୍ର ଦେଖାଇ ଟଙ୍କା ମାଗି ଧରିବାପରେ ଲୁଟେରାମାନେ ବଡ଼ବିଲ ଅଭିମୁଖେ ଚାଲିଯାଇଛନ୍ତି ବୋଲି ପେଟ୍ରୋଲ ପମ୍ପ କର୍ମଚାରୀମାନେ କହିଛନ୍ତି। ତେବେ ଏହି ବଡ଼ ଧରଣର ଡକାୟତରେ ସୌଭାଗ୍ୟବଶତଃ କାହାରି କୈାଣସି କ୍ଷତି ହୋଇନାହିଁ। ପେଟ୍ରୋଲ ପମ୍ପ ମାଲିକ ଏହି ଘଟଣା ବିଷୟରେ ଜାଣିବା ପରେ ସଦର ଥାନାରେ ଅଭିଯୋଗ କରିଥିଲେ। ତୁରନ୍ତ ଥାନା ଅଧିକାରୀ ଜୟନାରାୟଣ ଖଣ୍ତାୟୀ, ଏସ୍ ଆଇ ସୂର୍ଯ୍ୟକାନ୍ତ ପାତ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଉପସ୍ଥିତ ଥିବା କର୍ମଚାରୀମାନଙ୍କୁ ପୁଲିସ ଅଧିକ ତଦନ୍ତ ପ‍ାଇଁ ଥାନାକୁ ଜେରା ଲାଗି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe