ନିମ୍ନମାନ ଶଙ୍କର ଜାତୀୟ ଧାନ କରି ଫସିଲେ ଚାଷୀ

ଅଧିକ ଅମଳ ପାଇଁ ଶଙ୍କର ଜାତୀୟ ଧାନ ଚାଷ କରି ଫସି ଯାଇଛନ୍ତି ଚାଷୀ। ବେପାରୀ ନିମ୍ନମାନର ଧାନ ବିହନ ଦେଇ ମୋଟା ଅଙ୍କର ମୁନାଫା କମାଇ ନେଲେ।ଚାଷୀଟି ଖର୍ଚ୍ଚାନ୍ତ ହୋଇ ଧାନ କିଆରୀରେ ପୋତିଥିବା ଧାନ ଗଛଗୁଡ଼ିକୁ ଦେଖି ମୁଣ୍ଡରେ ହାତ ଦେଲେଣି।

Farmer

ତେଲକୋଇ: ଅଧିକ ଅମଳ ପାଇଁ ଶଙ୍କର ଜାତୀୟ ଧାନ ଚାଷ କରି ଫସି ଯାଇଛନ୍ତି ଚାଷୀ। ବେପାରୀ ନିମ୍ନମାନର ଧାନ ବିହନ ଦେଇ ମୋଟା ଅଙ୍କର ମୁନାଫା କମାଇ ନେଲେ।ଚାଷୀଟି ଖର୍ଚ୍ଚାନ୍ତ ହୋଇ ଧାନ କିଆରୀରେ ପୋତିଥିବା ଧାନ ଗଛଗୁଡ଼ିକୁ ଦେଖି ମୁଣ୍ଡରେ ହାତ ଦେଲେଣି।ଯେଉଁ କିଆରିରୁ ୨୦ କ୍ଵିଣ୍ଟାଲ ଧାନ ଉତ୍ପାଦନ ହେବା କଥା ସେ ଜମିରୁ ଦୁଇ କ୍ଵିଣ୍ଟାଲ ଧାନ ଉତ୍ପାଦନ ହେବା ସମ୍ଭବ ମଧ୍ୟ ନାହିଁ। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଭୀମକାଣ୍ଡ ଗ୍ରାମର ହଳଧର ପ୍ରଧାନ ନାମକ ଜଣେ ଚାଷୀ ତାଙ୍କ କେନ୍ଦୁମୁଣ୍ଡାସ୍ଥିତ ଗୋଟିଏ ଏକର ଜମିରେ ପୂଜା ନାମକ ଶଙ୍କର ଜାତୀୟ ଧାନ ଚାଷ କରିଥିଲେ।

ଆବଶ୍ୟକ ଅନୁଯାୟୀ ତଳି କିଆରି ପ୍ରସ୍ତୁତି ସହିତ ହଳ କରି ଖତସାର ଦେଇ ଧାନ ରୁଆ ବେଉଷଣ କରିଥିଲେ। ଏବେ କିଆରିରେ ଦେଖିଲା ବେଳକୁ ଧାନ କେଣ୍ଡା ବାହାରୁ ନାହିଁ। କେତେକ ଗଛ କେଣ୍ଡା ପକାଇ ଧାନ ପାଚିବାକୁ ବସିଲାଣି। ଆଉ କେତେକ ଗର୍ଭଧାରଣ କରୁଥିବା ବେଳେ ଅନେକ ଧାନ ଗଛ ମାଟିରୁ ସଠିକ୍ ଭାବେ ଉପରକୁ ଉଠୁନଥିବା ହଳଧର ଅଭିଯୋଗ କରିଛନ୍ତି। ତାଙ୍କ କହିବା କଥା ନିକଟସ୍ଥ ଆକୁଳ ଗ୍ରାମର ସନୋଜ କୁମାର ସାହୁ ନାମକ ଜଣେ ବେପାରୀଙ୍କ ଠାରୁ ସେ ୯୦୦ ଟଙ୍କା ଦେଇ ୧୦ କିଗ୍ରା ପୂଜା ଧାନ ବିହନ ଆଣିଥିଲେ। ସଠିକ୍ ଭାବେ ଚାଷ କରିଥିଲେ ମଧ୍ୟ ନିମ୍ନମାନର ବିହନ ଯୋଗୁଁ ଫସଲ ନଷ୍ଟ ହୋଇଯାଇଛି।

ଏସମ୍ପର୍କରେ ସଂପୃକ୍ତ ସନୋଜକୁ ଆପତ୍ତି କରିଥିଲେ ମଧ୍ୟ ସେ କେନ୍ଦୁଝରସ୍ଥିତ ଅମରନାଥ ସିଡ୍ସ ଫାର୍ମରୁ ବିହନ ଆଣିଥିଲେ।୫/୭ ଜଣ ସମାନ ଅଭିଯୋଗ ଆସିଛି।ଏବେ ସଂପୃକ୍ତ ବ୍ୟବସାୟୀଙ୍କୁ ଫୋନ କଲେ ସେ ଉଠାଉନଥିବା ସନୋଜ କହିଛନ୍ତି।ଅନ୍ୟ ପକ୍ଷରେ ଅମରନାଥ ସିଡ୍ସ ଫାର୍ମ ପକ୍ଷରୁ ପୂଜା ଧାନ ବିହନ ଦିଆଯାଇନଥିବା କୁହାଯାଇଛି।ଏଭଳି ସ୍ଥିତିରେ କିଭଳି ପରିବାର ପ୍ରତିପୋଷଣ କରିବି ବୋଲି ଚାଷୀ ହଳଧର କହିଛନ୍ତି।ତେବେ ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ଜିଏମଏସ ସିଡ୍ସ କୌଲପୁର ବାଙ୍କୁରା ପକ୍ଷରୁ ଏହି ବିହନ ପ୍ରସ୍ତୁତ କରାଯାଇଥିବା ପ୍ୟାକେଟରେ ସୂଚନା ରହିଛି।

ତେଲକୋଇ ଅଞ୍ଚଳର ବିଭିନ୍ନ ଗାଁ ଗଣ୍ଡାରେ ବିନା ସରକାରୀ ଅନୁମତିରେ ଅନେକ ଦଲାଲ ନକଲି ଧାନ ତଥା ଅନ୍ୟାନ୍ୟ ପନିପରିବା ମଞ୍ଜି ବିହନ, କୀଟନାଶକ ଓ ନକଲି ସାର ବିକ୍ରି କରୁଛନ୍ତି।କୃଷି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଦଲାଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ କ୍ଷତିଗ୍ରସ୍ତ ଚାଷୀ ପରିବାରଙ୍କୁ କ୍ଷତିପୂରଣ ଦେବାକୁ ଭୀମକାଣ୍ଡ ସମିତି ସଭ୍ୟ ବିରଞ୍ଚି କୁମାର ବେହେରା, ଶିରିଗିଡା ସଭ୍ୟ ପଦ୍ମଲୋଚନ ଦାସ, ସନାତନ ସାହୁ, ସୁରେଶ ଚନ୍ଦ୍ର ସାହୁ, ହଳଧର ପ୍ରଧାନ, ଲଳିତ କୁମାର ବେହେରା, ମଳୟ କୁମାର ସାହୁ, ମଧୁସୂଦନ ବାରିକ, ଛବିକେତନ ବେହେରା ପ୍ରମୁଖ ଦାବି କରିଛନ୍ତି।

Keonjhar 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe