ବଗିଚାରେ କାମ କରୁଥିଲା କଏଦୀ, ସୁଯୋଗ ଦେଖି ଫେରାର

Advertisment

ଦୀର୍ଘଦିନରୁ ସୁଯୋଗ ଖୋଜୁଥିଲା କଏଦୀ। ଗତକାଲି ଏହି ଅବସର ମିଳିବା ପରେ ଜେଲର ବିରାଟ କାନ୍ଥ ଡ଼େଇଁ ଖସିଯାଇଛି। କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରରୁ କଅଦୀ ଚମ୍ପଟ ହେବା ନେଇ ଥାନାରେ ଅଭିଯୋଗ ହୋଇଛିl କଏଦୀର ନାମ ହେଲା ପରେଶ ମୁଣ୍ଡା।

ଦୀର୍ଘଦିନରୁ ସୁଯୋଗ ଖୋଜୁଥିଲା କଏଦୀ। ଗତକାଲି ଏହି ଅବସର ମିଳିବା ପରେ ଜେଲର ବିରାଟ କାନ୍ଥ ଡ଼େଇଁ ଖସିଯାଇଛି। କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରରୁ କଅଦୀ ଚମ୍ପଟ ହେବା ନେଇ ଥାନାରେ ଅଭିଯୋଗ ହୋଇଛିl କଏଦୀର ନାମ ହେଲା ପରେଶ ମୁଣ୍ଡା।

Keonjhar district jail

Keonjhar district jail Photograph: (Sambad )

କେନ୍ଦୁଝର: ଦୀର୍ଘଦିନରୁ ସୁଯୋଗ ଖୋଜୁଥିଲା କଏଦୀ। ଗତକାଲି ଏହି ଅବସର ମିଳିବା ପରେ ଜେଲର ବିରାଟ କାନ୍ଥ ଡ଼େଇଁ ଖସିଯାଇଛି। କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରରୁ କଅଦୀ ଚମ୍ପଟ ହେବା ନେଇ ଥାନାରେ ଅଭିଯୋଗ ହୋଇଛିl କଏଦୀର ନାମ ହେଲା ପରେଶ ମୁଣ୍ଡା। ଜେଲ କର୍ତ୍ତୁପକ୍ଷଙ୍କ ଏତଲା ଆଧାରରେ କେନ୍ଦୁଝର ଟାଉନ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। 

ଏହି ଖବର ପଢ଼ନ୍ତୁ: ଓଡ଼ିଶାରୁ ଖସିଯାଇଥିଲା ଜୀନତ, ପଶ୍ଚିମବଙ୍ଗରେ ଜନ୍ତାରେ ଫସିଲା ବାଘୁଣୀ

ସୂଚନା ଅନୁସାରେ ପରେଶ ମୁଣ୍ଡା ଏକ ହତ୍ୟା ମାମଲାରେ ଜଡ଼ିତ ଥିବାରୁ ୨୦୧୪ ମସିହାରୁ କନ୍ଦେୁଝର ଜିଲ୍ଲା ମୁଖ୍ୟ କାରାଗାରରେ ଆଜୀବନ କାରାଦଣ୍ଡ ଭୋଗୁଥିଲା। ତାର ବ୍ୟବହାରରେ ପରିବର୍ତ୍ତନ ହୋଇଯାଇଥିବା ଜେଲ କର୍ତ୍ତୃପକ୍ଷ ଅନୁଭବ କରିଥିଲେ। ତାକୁ ବଗିଚାରେ କାମ କରିବାକୁ କହିଥିଲେ। ଅନ୍ୟ ଦିନ ଭଳି ଗତକାଲି (ଶନିବାର) ଦିନ ମଧ୍ୟ ପରେଶ ବଗିଚା କାମରେ ନିୟୋଜିତ ଥିଲା। ସେ ଏକାକୀ କାମ କରୁଥିଲା କି ଆଉ ତା ସହିତ ଅନ୍ୟ କଏଦୀ ଥିଲେ, ତାହା ଜଣାପଡ଼ି ନାହିଁ। କିନ୍ତୁ ସୁଯୋଗ ଦେଖି ସେ ଜେଲର ଚାରିକାନ୍ଥ ଭିତରୁ ଖସି ପଳାଇଛି।

ଏହି ଖବର ପଢ଼ନ୍ତୁ: ୪୫ ଦିନ ଭିତରେ ଓସିଏକୁ ମିଳିବ ନୂଆ ସଭାପତି: ସଂଜୟ ବେହେରା

ପରେଶ ମୁଣ୍ଡା  ଅନେକ ବର୍ଷ ଧରି ଜେଲ ପରିସରରେ ଥିବା ବଗିଚାରେ କାମ କରି ଆସୁଥିଲା। ଅନ୍ୟଦିନ ଭଳି ଗତକାଲି ଅପରାହ୍ନରେ ମଧ୍ୟ ସେ କୁଆଡ଼େ ସେହି ଠାରୁ ସେ ଚମ୍ପଟ ମାରିଥିଲା। କିନ୍ତୁ କର୍ମଚାରୀଙ୍କ ଅବହେଳାର ସୁଯୋଗ ନେଇ ଖସି ପଳାଇ ଯାଇଥିଲା। 

ଏହି ଖବର ପଢ଼ନ୍ତୁ: ମଝି ଚିଲିକାରେ ପୁଣି ଫସିଲା ଦେଶୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଜାରି

ସୂଚନାଯୋଗ୍ୟ, ଜେଲ୍ରୁ କଏଦୀ ଫେରାର ହେବା ଘଟଣା ନୁଆ ନୁହେଁ। ରାଜ୍ୟରେ ଚଳିତ ବର୍ଷ ଏଭଳି ଘଟଣା ଅନେକ ଥର ଦେଖିବାକୁ ମିଳିଛି। ଗତ ଏପ୍ରିଲ  ୭ ତାରିଖରେ କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାରରୁ ମାର୍ଚ୍ଚ ୧୦ରେ ଟିଟିଲାଗଡ଼ କାରାଗାରରୁ ୨ ଜଣ କଏଦୀ ଓ ଜାନୁଆରି ୭ ତାରିଖରେ ରାଇରଂଗପୁର ଜେଲରୁ ଜଣେ କଏଦୀ ଫେରାର ହୋଇଥିଲେ। କେବଳ ଏତିକି ନୁହେଁ। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସିଥିବା ଜଣେ କଏଦୀ ଗତ ଏପ୍ରିଲ ୧ ତାରିଖରେ ଫେରାର ହୋଇଯାଇଥିଲା। 

ଏହି ଖବର ପଢ଼ନ୍ତୁ: ସମୁଦ୍ରରେ ପୁଣି ଏକ ଦୁର୍ଘଟଣା, କାର୍ଗୋ ଜାହାଜକୁ ଧକ୍କା ଦେଲା ମାଛଧରା ବୋଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe