ଗୁଣିଆକୁ ଭରସା କରି ଚାଲିଗଲା ଅମୂଲ୍ୟ ଜୀବନ

Advertisment
ବାଇକ୍ ଧକ୍କାରେ ମାଟ୍ରିକ୍ ପରୀକ୍ଷାର୍ଥୀ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ହାଟଡିହି: ଘରେ ଶୋଇଥିବା ଅବସ୍ଥାରେ ଯୁବକଙ୍କୁ କାମୁଡ଼ିଲା ବିଷାକ୍ତ ସାପ, ହେଲେ ବିଷ ଝାଡ଼ିବାକୁ ଗୁଣିଆ ପାଖରେ ୪ ଘଣ୍ଟାର କସରତ ପରେ ଯୁବକଙ୍କୁ ମେଡିକାଲ ଆଣିବା ପରେ ତାଙ୍କର ମୃତ୍ୟୁ ହୋଇ ଯାଇଛି। ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଜାବିନପୁର ଗାଁରେ।

ଗ୍ରାମର ମାନସ ମୁଣ୍ଡା ନାମକ ଜଣେ ଯୁବକ ଘରେ ଶୋଇଥିବା ଅବସ୍ଥାରେ ରାତି ୧୧ ଟା ସମୟରେ କୌଣସି ଏକ ବିଷାକ୍ତ ସାପ କାମୁଡ଼ାର ଶିକାର ହୋଇଥିଲେ। ତେବେ ସ୍ଥାନୀୟ ଅଞ୍ଚଳରେ ସଚେତନତା ଅଭାବ ଯୋଗୁ ପରିବାର ଲୋକେ ତାଙ୍କୁ ପ୍ରଥମେ ନିକଟସ୍ଥ ଜଣେ ଗୁଣିଆ ନିକଟକୁ ନେଇ ଯାଇଥିଲେ। ସେଠାରେ ବିଷ ଝାଡ଼ିବାକୁ ଦୀର୍ଘ ୪ ଘଣ୍ଟା ପ୍ରୟାସ ପରେ ଅବସ୍ଥା ଗୁରୁତର ହେବାରୁ ମାନସଙ୍କୁ ଶାଳନିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ଆନନ୍ଦପୁର ମେଡିକାଲ ନେଇ ଯିବାକୁ କହିବା ପରେ ଭୋର ୫ ଟା ସମୟରେ ମାନସଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରି ଚିକିତ୍ସା ଚାଲୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇ ଯାଇଛି।

ତେବେ ଗୁଣିଆ ପାଖରେ ସମୟ ନଷ୍ଟ ନକରି ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ମାନସଙ୍କ ଜୀବନ ବଞ୍ଚି ଯାଇଥାନ୍ତା ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe