ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ଜଙ୍ଗଲକୁ ଡାକିନେଇ ପତ୍ନୀକୁ ହତ୍ୟା

image source- bbc

କେନ୍ଦୁଝର: ଅଜଣା ଗାଡ଼ି ଧକ୍କାରେ ଗୁରୁତର ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଘଟଗାଁ ଥାନା ଭରଡ଼ିହା ଗ୍ରାମର ପ୍ରଶାନ୍ତ ନାଏକ (୩୫)। ‌ସେହିପରି ଗୁରୁତର ଜଣଙ୍କ ହେଲେ ମେଦିନିପୁର ଗ୍ରାମର ଗୁରୁଚରଣ ନାଏକ (୪୫)।

ମିଳିଥିବା ସୂଚନା ଅନୁସାରେ, ଗତକାଲି ଉଭୟ ବାଇକ୍‌ରେ ଯାଉଥିବାବେଳେ ବାରିଆ ଜଙ୍ଗଲ ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଥିଲା। ଆଜି ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇଛି। ଏନେଇ କେସ୍‌ ନମ୍ବର ୪୦/୨୧ରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe