ହାତୀ ଆକ୍ରମଣରେ ଗାଈଚରାଳିଙ୍କ ମୃତ୍ୟୁ: ଦୁଇଦିନ ହେଲା ନିଖୋଜ ଥିଲେ ମୃତକ

Advertisment
ହାତୀ ଆକ୍ରମଣରେ ଗାଈଚରାଳିଙ୍କ ମୃତ୍ୟୁ: ଦୁଇଦିନ ହେଲା ନିଖୋଜ ଥିଲେ ମୃତକ

କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ବେରୁଙ୍ଗ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।ମୃତକ ବାସୁଦେବପୁରର ଭାଗୀରଥ ମହାନ୍ତ ବୋଲି ଜଣାଯାଇଛି। ସେ ଗତ ୨୦ ତାରିଖରୁ ଗାଈ ଚରାଇବାକୁ ଯାଇ ନିଖୋଜ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ତାଙ୍କୁ ପାଇ ନଥିଲେ। ଆଜି ସକାଳେ ବେରୁଙ୍ଗ ଜଙ୍ଗଲରେ ତାଙ୍କର ମୃତଦେହ ଠାବ କରାଯାଇଛି। ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।

ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଇଛି। ୨୦ ତାରିଖରେ ଉକ୍ତ ଜଙ୍ଗଲରେ ୧୮ଟିକିଆ ହାତୀପଲ ପହଞ୍ଚି ଆତଙ୍କ ଖେଳାଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe