image credit ; Wikipedia
ତେଲକୋଇ : ହାଣ୍ଡିଆ ନ ଦେବାରୁ ଜଣେ ଯୁବକର କାଠଫାଳିଆ ମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବଳଭଦ୍ରପୁର ପଞ୍ଚାୟତ କାଟିଣିପଶି ଗ୍ରାମରେ । ମୃତ ମହିଳା ହେଲେ ଉକ୍ତ ଗ୍ରାମର ଜଗେନ ତିରିଆଙ୍କ ସ୍ତ୍ରୀ ମାଙ୍ଗି ତିରିଆ (୪୫)।
ଘଟଣାରୁ ପ୍ରକାଶ ଗତ ୧୧ ତାରିଖ ରାତି ସାଢ଼େ ନଅଟା ବେଳେ ସେହି ଗ୍ରାମର ଜାମୁଦାର ତିଆରିଙ୍କ ପୁଅ ମଧୁସୂଦନ ତିଆରି (୩୫) ମୃତ ମାଙ୍ଗିଙ୍କ ଘରକୁ ଯାଇ ହାଣ୍ଡିଆ ମାଗିଥିଲା । ହାଣ୍ଡିଆ ନାହିଁ ବୋଲି ମାଙ୍ଗି କହିଥିଲେ । ମୋ ବେଳକୁ ହାଣ୍ଡିଆ ନାହିଁ କହି ମଧୁସୂଦନ ରାଗି ଯାଇଥିଲା ଏବଂ ଏକ କାଠ ଫାଳିଆରେ ମାଙ୍ଗିଙ୍କ ମୁଣ୍ଡରେ ଶକ୍ତ ଆଘାତ ଦେଇଥିଲା । ଚେତାଶୂନ୍ୟ ହୋଇ ସେ ତଳେ ପଡି ଯାଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ପ୍ରଥମେ ତେଲକୋଇ ଡାକ୍ତରଖାନା ଓ ପରେ କେନ୍ଦୁଝର ଜିଲ୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇ ଥିଲେ। ସେଠାରୁ ଗତକାଲି ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବାଟରେ ମାଙ୍ଗିର ମୃତ୍ୟୁ ଘଟିଥିଲା। ପରିବାର ପକ୍ଷରୁ ଅଭିଯୋଗ ପାଇ ଆଜି ତେଲକୋଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିଲା ବେଳେ ଅଭିଯୁକ୍ତ ମଧୁସୂଦନ ତିଆରି ଫେରାର ହୋଇଯାଇଥିବା ଜଣାପଡ଼ିଛି ।
  
 Follow Us