ଡକାୟତିର ମାଷ୍ଟର ମାଇଣ୍ଡ ଗିରଫ: ପିସ୍ତଲ, ଅଳଙ୍କାର, ବୋଲେରୋ ଓ ବାଇକ ଜବତ

Advertisment

କେନ୍ଦୁଝର ପୁଲିସକୁ ବଡ଼ ସଫଳତା

କେନ୍ଦୁଝର ପୁଲିସକୁ ବଡ଼ ସଫଳତା

ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲା: ଅଭିଯୁକ୍ତ ନାବାଳକର ରକ୍ତ ନମୁନା ବଦଳାଇ ୨ ଡାକ୍ତର ଗିରଫ

new indian express

କେନ୍ଦୁଝର: କେନ୍ଦୁଝର ପୁଲିସକୁ ଶନିବାର ଏକ ବଡ଼ ସଫଳତା ମିଳିଛି। କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନା, ରାଉରକେଲା, ଢେଙ୍କାନାଳ, ସମ୍ବଲପୁର ଆଦି ଜିଲ୍ଲାରେ ୨୮ ଗୋଟି ବଡ଼ ଡ଼କାୟତିର ମାଷ୍ଟର ମାଇଣ୍ଡ ଦାଶରଥୀ ଧୀବରକୁ ପୁଲିସ ଗିରଫ କରିଛି। ଗତ ବର୍ଷ ଅକ୍ଟୋବର ମାସ ୧୮ ତାରିଖରେ ଡକାୟତ ଦାଶରଥି ଧୀବରଙ୍କ ନେତୃତ୍ୱରେ ୬ ଜଣ ଡ଼କାୟତ ନୟାକୋଟ ଥାନା ଅଞ୍ଚଳ ଫୁଲଝର ସ୍ଥିତ ସ୍ୱପ୍ନେଶ୍ଵର ଫିଲିଙ୍ଗ ଷ୍ଟେସନରେ ରାତିରେ ବନ୍ଧୁକ ମୁନରେ ସଟର ଭାଙ୍ଗି ୪ଲକ୍ଷ ଟଙ୍କା, ଲାପଟପ ସମେତ ଅନ୍ୟାନ୍ୟ ସାମଗ୍ରୀ ଲୁଟିନେଇଥିଲେ।

ଏହି ମାମଲା ଆଧାରରେ ପୁଲିସ ସ୍ୱତନ୍ତ୍ର ଟିମ ଗଠନ କରି ପୂର୍ବରୁ  ୫ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। କିନ୍ତୁ ଏହି ଡକାୟତି ସମେତ ବିଭିନ୍ନ ଜିଲ୍ଲାରେ ୨୮ ଡ଼କାୟତି ଘଟଣାର ମାଷ୍ଟର ମାଇଣ୍ଡ ଦ।ଶରଥୀ ଧୀବର ଫେରାର ଥିଲା। କେନ୍ଦୁଝର ଏସପିଙ୍କ ନିର୍ଦେଶରେ ଗଠିତ ଏକ ଟିମ ଶେଷରେ ଶନିବାର ଡ଼କାୟତ ସର୍ଦ୍ଦାରକୁ ଗିରଫ କରିବାରେ ସଫଳ ହୋଇଛି। ତା ନାମରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନାରେ ୨୦ ଟି, ରାଉରକେଲା ପୁଲିସ ଜିଲ୍ଲାରେ ୬ଟି, ଢେଙ୍କାନାଳ ଜିଲ୍ଲାରେ ୧ଟି ଏବଂ ସମ୍ବଲପୁରେ ୧ ଡ଼କାୟତି ମାମଲା ଥିବା ପୁଲିସ କହିଛି। ଗିରଫ ଡକାୟତ ପାଖରୁ ଗୋଟିଏ ପିସ୍ତଲ,୧ ଖୁକରୀ, ସୁନା ରୁପା ଅଳଂକାର,ବୋଲେରୋ, ବାଇକ ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe