୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକଙ୍କ ସମେତ ୨ ବଳଦ ଓ ୨ କୋକିଶିଆଳି ମୃତ

Advertisment
୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକଙ୍କ ସମେତ ୨ ବଳଦ ଓ ୨ କୋକିଶିଆଳି ମୃତ

Odisha Bytes

ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ନୟାକୋଟ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ନାବାଳକ ସମେତ ୨ ବଳଦ ଓ ୨ଟି କୋକିଶିଆଳିର ମୃତ୍ୟୁ ଘଟିଛି। ମୃତକ ନୟାକୋଟ ଗ୍ରାମର ନଳ ପଲେଇଙ୍କ ପୁଅ କର୍ମୁ ପଲେଇ।
ସୂଚନା ଅନୁସାରେ ଗ୍ରାମର ନଳ ପଲେଇଙ୍କ ସାନ ପୁଅ କର୍ମୁ ପଲେଇ (୧୬) ଆଜି ସକାଳେ ନିଜ କ୍ଷେତକୁ ହଳ କରିବାକୁ ବଳଦ ନେଇ ଯାଉଥିବା ବେଳେ ପୋଖରୀ ହୁଡା ତଳେ ଖୁଣ୍ଟରୁ ଛିଡ଼ି ତଳେ ପଡ଼ିଥିବା ୧୧ କେଭି ତାର ସଂସ୍ପର୍ଶରେ ଆସି ୨ ବଳଦ ଓ ୨ଟି କୋକିଶିଆଳି ସହିତ କର୍ମୁ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଅନେକ ଦିନ ହେବ ପୋଖରୀ ହୁଡା ଉପରେ ଯାଇଥିବା ବିଦ୍ୟୁତ ଖୁଣ୍ଟରୁ ତାର ଛିଡ଼ି ତଳେ ପଡ଼ି ରହିଛି।
ଆଜି କର୍ମୁ ସକାଳୁ ବଳଦଯୋଡ଼ି ନେଇ ଜମିକୁ ହଳ କରିବାକୁ ଯାଉଥିଲେ। ବୁଦା ତଳେ ୧୧ କେଭି ତାର ଛିଡ଼ି ପଡ଼ିଥିବା ସେ ଜାଣିପାରିନଥିଲେ। ଫଳରେ ତାର ଲାଗି ଘଟଣାସ୍ଥଳରେ ହିଁ ସେ ମୁତ୍ୟୁବରଣ କରିଥିଲେ। କିଛି ସମୟ ପରେ ତାଙ୍କ ବାପା ନଳ ପଲେଇ କ୍ଷେତକୁ ଯାଉଥିବା ବେଳେ କର୍ମୁ ସହିତ ୨ ବଳଦ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ନୟାକୋଟ ପୁଲିସକୁ ଖବର ଦେଇଥିଲେ। ନୟାକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ଚିକିତ୍ସାଳୟକୁ ପଠାଇଛି। ନୟାକୋଟ ପୁଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ନାବାଳକଙ୍କ ମୃତ୍ୟୁକୁ ନେଇ ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି ଗ୍ରାମବାସୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe