Image by Pete Linforth from Pixabay
କେନ୍ଦୁଝର/ବାସୁଦେବପୁର : ଚମ୍ପୁଆ ଥାନା ରିମୁଳି ଫାଣ୍ଡି ଅନ୍ତର୍ଗତ ଜାମୁଯୋଡି ଗ୍ରାମର ଜଣେ ନାବାଳିକା ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ଜଣାପଡିଛି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଉକ୍ତ ଗ୍ରାମର ଗଙ୍ଗାରାମ ମୁଣ୍ଡାଙ୍କ ଝିଅ ମାଲ ମୁଣ୍ଡା (୧୬) ଶୌଚ ହେବାକୁ ନିକଟସ୍ଥ ଏକ ଖାଲକୁ ଯାଇଥିଲେ। ତେବେ ଗୋଡ଼ ଖସିଯିବାରୁ ସେ ପାଣିରେ ପଡ଼ି ବୁଡ଼ିଯାଇଥିଲେ। ସେ ଘରକୁ ନ ଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ସଂଧ୍ୟାରେ ମାଲଙ୍କ ମୃତ ଦେହ ଖାଲରେ ଭାସୁଥିବାର ଦେଖିବାକୁ ପାଇଥିଲେ। ଏଥିନେଇ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ରିମୁଳି ଫାଣ୍ଡି ଅଧିକାରୀ ପରମେଶ୍ଵର ମହାନ୍ତ ଘଟଣାର ଅଧିକ ତଦନ୍ତ କରୁଛନ୍ତି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଆଲୋଚନା ହେଉଛି ।
Follow Us