ଯୋଡ଼ା: ଯୋଡ଼ା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତ୍ରିରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ପୁଲିସ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ହେଉଛି ଆଜାଦବସ୍ତିର ଅଜିତ ମିଶ୍ର। ପୀଡ଼ିତାଙ୍କ ନାବାଳକ ସାଙ୍ଗକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଗତ ସୋମବାର ରାତ୍ରିରେ ପୀଡିତା ତାଙ୍କର ଜଣେ ନାବାଳକ ସାଙ୍ଗ ସହିତ କଥାବାର୍ତା ହେଉଥିଲେ। ଆଜାଦବସ୍ତି ଲକ୍ଷ୍ମୀପଡିଆରେ ନବାଳକଙ୍କୁ ମାରପିଟ୍ କରି ସେଠାରୁ ପଠାଇ ଦେଇଥିଲେ। ୮ ଜଣ ଅଭିଯୁକ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସଂପୃକ୍ତ ୬ ଜଣଙ୍କୁ ଗତକାଲି ଗିରଫ କରାଯାଇଛି।
ନାବାଳିକା ଗଣ ଦୁଷ୍କର୍ମ ଘଟଣା ଆଉ ଜଣେ ଗିରଫ, ନାବାଳକ ସାଙ୍ଗ ଅଟକ
Advertisment
Follow Us