ପର୍ଯ୍ୟଟନ କ୍ଷେତ୍ର ‘ବଡଘାଗରା’ରେ ନାବାଳିକାଙ୍କୁ ଗଣ ଦୁର୍ଷ୍କମ

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ

ପର୍ଯ୍ୟଟନ କ୍ଷେତ୍ର ‘ବଡଘାଗରା’ରେ ନାବାଳିକାଙ୍କୁ ଗଣ ଦୁର୍ଷ୍କମ

କେନ୍ଦୁଝର: ଆଜି ବିଶ୍ୱ ପର୍ଯ୍ୟଟନ ଦିବସ। କେନ୍ଦୁଝର ଜିଲ୍ଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳି ବଡଘାଗରାରେ ବୁଧବାର ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ନାବାଳିକା ରେଖା (ଛଦ୍ମନାମ)ଙ୍କୁ ଉଠାଇ ନେଇ ଗଣ ଦୁର୍ଷ୍କମ କରାଯାଇଥିବାର କେନ୍ଦୁଝର ସଦର ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ତେଲକୋଇ ଅଞ୍ଚଳର ଜଣେ ନାବାଳିକା ତାଙ୍କ ଭିଣେଇଙ୍କ ଭାଇ ରାମ (ଛଦ୍ମନାମ) ସହିତ ବଡଘାଗରାକୁ ମଧ୍ୟାହ୍ନ ସମୟରେ ବୁଲିବାକୁ ଆସିଥିଲେ । ସେଠାରେ ବୁଲାବୁଲି କରୁଥିବା ବେଳେ ୪ ଜଣ ଯୁବକ ଛୁରୀ, ବ୍ଲେଡ ଦେଖାଇ ରାମଙ୍କୁୁ ଭୟଭିତ କରି ରେଖାଙ୍କୁ ଉଠାଇ ନେବାକୁ ଚେଷ୍ଟା କରିଥିଲେ । ଫଳରେ ରାମ ଏହାକୁ ଘୋର ବିରୋଧ କରିଥିଲେ । ତେଣୁ ରାମଙ୍କୁ ମାଡ ମାରିବା ସହିତ ଜୀବନରେ ମାରିଦେବାକୁ ଉତ୍ୟକ୍ତ ହୋଇଥିଲେ ।

ରାମ ଭୟଭିତ ହୋଇଯାଇଥିଲୋ ଏହି ମୌକାରେ ରେଖାଙ୍କୁ ସେମାନେ ଜଂଗଲ ମଧ୍ୟକୁ ଉଠାଇ ନେଇ ଗଣ ଦୁର୍ଷ୍କମ କରିଥିଲୋ ଏହି ଗଣ ଦୁର୍ଷ୍କମର ମୋବାଇଲ ରେକଡିଂ ମଧ୍ୟ କରିଛନ୍ତିା ତେବେ ସେଠାରେ ଭୋଜି କରୁଥିବା ରାମ ଘଟଣା ସଂପର୍କରେ କହିବାରୁ ସେମାନେ ଜଂଗଲକୁ ଯାଇ ରେଖାଙ୍କୁ ଉଦ୍ଧାର କରିବା ସହିତ ୨ ଜଣ ଅଭିଯୁକ୍ତଙ୍କୁ ଧରିଥିଲେ । ଅନ୍ୟ ଦୁଇ ଜଣ ସେଠାରୁ ଦୌଡି ପଳେଇଥିଲେ । ଖବର ପାଇ ଶୁଆକାଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ଧରି ଥାନାକୁ ନେଇଥିଲେ । ତେବେ ରେଖାଙ୍କ କହିବା ଅନୁଯାୟୀ ତାଙ୍କ ସହିତ ୨ ଜଣ ଦୁର୍ଷ୍କମ କରିଛନ୍ତି । ପୁଲିସ ରେଖାଙ୍କ ଡାକ୍ତରୀ ମଇନା କରିଥିବା ବେଳେ ୨ ଜଣଙ୍କୁ ପୁଲିସ ଅଟକ ରଖିଛି । ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଖୋଜାଖୋଜି କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe