ବଡ଼ବିଲ : ବଡ଼ବିଲ ବଜାରର ରାଧାକୃଷ୍ଣ ମନ୍ଦିର ନିକଟ ମା ତାରିଣୀ ଗହଣା ଦୋକାନରୁ ଆଜି ଏକ ବଡ଼ଧରଣର ଲୁଟ୍ ହୋଇଛି। ଦୁଇ ଜଣ ଲୁଟେରା ଦୋକାନ ଭିତରୁ ୩୬ ଲକ୍ଷ ଟଙ୍କାର ଗହଣା ଥିବା ବ୍ୟାଗ୍ ଲୁଟି ନେଇଛନ୍ତି। ଲୁଟେରାଦ୍ୱୟ ଛାଡ଼ି ଦେଇଥିବା ବାଇକ୍କୁ ପୁଲିସ୍ ଜବତ କରି ତନାଘନା ଚଳାଇଥିଲେ ମଧ୍ୟ ଲୁଟେରାଙ୍କ ଟେର୍ ପାଇପାରି ନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ମା ତାରିଣୀ ଗହଣା ଦୋକାନର ମାଲିକ ଅମର ରଣାଙ୍କ ପୁଅ ଅସ୍ମିତ ଆଜି ପୂର୍ବାହ୍ଣ ସାଢ଼େ ୯ଟା ସମୟରେ ଦୋକାନ ଖୋଲିଥିଲେ। ଘରୁ ଏକ ବ୍ୟାଗ୍ରେ ଆଣିଥିବା ସମସ୍ତ ସୁନା ଓ ରୁପା ଗହଣାକୁ ଦୋକାନରେ ରଖିଥିଲେ। ଏହି ସମୟରେ ପୂର୍ବ ଯୋଜନା ମୁତାବକ ଉକ୍ତ ଗହଣା ଉପରେ ନଜର ରଖିଥିବା ଦୁଇ ଜଣ ଲୁଟେରା ସେହି ବ୍ୟାଗ୍କୁ ଧରି ଏକ ପଲ୍ସର ବାଇକ୍ରେ ଚମ୍ପଟ ମାରିଥିଲେ। ଏ ସଂକ୍ରାନ୍ତରେ ଅଭିଯୋଗ କରେ ପୁଲିସ ଲୁଟେରାଙ୍କୁ ଧରିବା ପାଇଁ ଅନୁସନ୍ଧାନ ଚଳାଇଛି।
Follow Us