ମିଶ୍ରିତ କୃଷିରୁ ଲକ୍ଷାଧିକ ଆୟ

Advertisment
ମିଶ୍ରିତ କୃଷିରୁ ଲକ୍ଷାଧିକ ଆୟ

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ପିଠାଗୋଳା ଗ୍ରାମର ରବୀନ୍ଦ୍ର କୁମାର ସାହୁ ଜୈବିକ ସାର ପ୍ରୟୋଗ କରି ବିଭିନ୍ନ ପ୍ରକାର ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଗାଁ ମୁଣ୍ଡରେ ଥିବା ୧ ଏକର ୮୦ ଡିସିମିଲ ଜମିରେ ଶ୍ରୀ ସାହୁ ଦୁଇଟି ପୋଖରୀ ଖୋଳି ମାଛଚାଷ କରିଛନ୍ତି। ସେହିପରି ଗୋପାଳନ, ଛେଳି ପାଳନ, ବତକ, ବ୍ରଏଲର କୁକୁଡ଼ା, ଦେଶୀ କୁକୁଡ଼ା ଚାଷ କରୁଛନ୍ତି। ଏହାଛଡ଼ା ଚାରା ଉତ୍ପାଦନ ପାଇଁ ଏକ ନର୍ସରି ନିର୍ମାଣ କରିବା ସହ ପରିବା ଚାଷ ମଧ୍ୟ କରୁଛନ୍ତି।

ଚଳିତବର୍ଷ ଶ୍ରୀ ସାହୁ ନର୍ସରିରୁ ବାଇଗଣ, କୋବି, ଟମାଟୋ, କ୍ୟାପସିକମ, ସଜନା ଓ ଅମୃତଭଣ୍ଡା ଚାରା ବିକ୍ରି କରି ୪୦ ହଜାର ଟଙ୍କା ଆୟ କରିଛନ୍ତି। ତାଙ୍କ ନର୍ସରିରୁ ପିଠାଗୋଳା ପଞ୍ଚାୟତର ଚାଷୀମାନେ ଚାରା ନେଇଥାନ୍ତି। ଏହାଛଡ଼ା ନିଜ ବଗିଚାରେ ସେ ପିଆଜ, ରସୁଣ, ଧଣିଆ, ମୂଳା ଆଦି ପରିବ ଚାଷ କରିବା ସହ ଆମ୍ବ, ସେଓ ଓ ଅଙ୍ଗୁର ଆଦି ଗଛ ଲଗାଇଛନ୍ତି। ରସାୟନିକ ସାର ପରିବର୍ତ୍ତେ ଶ୍ରୀ ସାହୁ ଜୈବିକ ସାର ବ୍ୟବହାର କରି ଚାଷ କରୁଥିବାରୁ ତାଙ୍କ ପରିବାର ଚାହିଦା ରହୁଛି। ବହୁମୁଖୀ ଚାଷ ପାଇଁ ଶ୍ରୀ ସାହୁ କୃଷି ଓ ଉଦ୍ୟାନ ବିଭାଗ ପକ୍ଷରୁ ବୈଷୟିକ ଶିକ୍ଷା ପାଇଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe