Advertisment

ଡକାୟତି ଯୋଜନା ପଣ୍ଡ: ପୁଲିସକୁ ଭୟ ଦେଖାଇ ମଧ୍ୟ ବର୍ତ୍ତିପାରିଲେନି ୯ ଦୁର୍ବୃତ୍ତ

Advertisment

ଟାଉନ୍‌ ଥାନା ପୁଲିସ ଶୁକ୍ରବାର ଭୋର୍‌ରୁ ଏକ ବଡ଼ଧରଣର ଡକାୟତି ଯୋଜନାକୁ ବିଫଳ କରିଛି। ଏଥି ସହିତ ପୁଲିସ ୯ଜଣିଆ ଡକାୟତି ଦଳକୁ ଗିରଫ କରିଛି। ସେମାନଙ୍କ ପାଖରୁ ଗୁଳି, ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଜବତ କରିଛି। 

ଟାଉନ୍‌ ଥାନା ପୁଲିସ ଶୁକ୍ରବାର ଭୋର୍‌ରୁ ଏକ ବଡ଼ଧରଣର ଡକାୟତି ଯୋଜନାକୁ ବିଫଳ କରିଛି। ଏଥି ସହିତ ପୁଲିସ ୯ଜଣିଆ ଡକାୟତି ଦଳକୁ ଗିରଫ କରିଛି। ସେମାନଙ୍କ ପାଖରୁ ଗୁଳି, ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଜବତ କରିଛି। 

Untitled-25

କେନ୍ଦୁଝର: ଟାଉନ୍‌ ଥାନା ପୁଲିସ ଶୁକ୍ରବାର ଭୋର୍‌ରୁ ଏକ ବଡ଼ଧରଣର ଡକାୟତି ଯୋଜନାକୁ ବିଫଳ କରିଛି। ଏଥି ସହିତ ପୁଲିସ ୯ଜଣିଆ ଡକାୟତି ଦଳକୁ ଗିରଫ କରିଛି। ସେମାନଙ୍କ ପାଖରୁ ଗୁଳି, ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଜବତ କରିଛି। 

ସାମ୍ବାଦିକ ସମ୍ମିଳନୀରେ ପୁଲିସ କହିଛି ଯେ, ଆଜି ଭୋର ସକାଳୁ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ବିଶ୍ବସ୍ତ ସୂତ୍ରରୁ ପୁଲିସକୁ ସୂଚନା ମିଳିଥିଲା ଯେ, କେନ୍ଦୁଝର ଟାଉନ୍‌ ଥାନା ଅଧୀନ ନାରାନପୁରର ଘଡ଼ାଘଡ଼ି ମନ୍ଦିର ନିକଟରେ ଡକାୟତମାନେ ଡକାୟତି ପାଇଁ ଯୋଜନା କରୁଥିଲେ। ଗୁଇନ୍ଦା ସୂଚନା ଆଧାରରେ ପୁଲିସ ଘଟଣାସ୍ଥଳରେ ଅତର୍କିତ ଚଢ଼ଉ କରିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚିବା କ୍ଷଣି ଦୁର୍ବୃତ୍ତମାନେ ପାଟ୍ରୋଲିଂ ଟିମ୍‌ ଉପରେ ଗୁଳି ଚଳାଇଥିଲେ। ପୁଲିସ ପୂର୍ବ ଯୋଜନା ଅନୁସାରେ କାର୍ଯ୍ୟାନୁଷ୍ଠାନ ନେଇଥିଲା। ଘଟଣାସ୍ଥଳରୁ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

keonjhar

ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦୁଝର ଜିଲ୍ଲା ବରିଆ ଥାନା ଅଧିନ ନନ୍ଦପୁର ଗାଁର ଉପେନ୍ଦ୍ର ପ୍ରଧାନଙ୍କ ପୁଅ ପ୍ରିୟଦର୍ଶନ ପ୍ରଧାନ (୨୯), ଯିଏକି ଟାଉନଥାନା ଅଧୀନ କାଶିପୁରର କାର୍ତ୍ତିକ ଦାସଙ୍କ ଘରେ ରହୁଛି। ପୁଲିସ ଯୋଡ଼ା ଥାନା ଅଧିନ ଦିପୁ ହଣ୍ଟିଂ ନିବାସୀ ଧୃବଚରଣ ପ୍ରଧାନଙ୍କ ପୁଅ ନିର୍ମଳ ପ୍ରଧାନ (୪୦), କୁନ୍ଦୁରୁନାଲି ଗାଁର ବିଟୁ ମୁଣ୍ଡାଙ୍କ ପୁଅ ବିନୋଦ ମୁଣ୍ଡା (୩୨), ଜହିରା ହଣ୍ଟିଂର ରାଜୁ ନାଏକଙ୍କ ପୁଅ ରୋହିତ ନାଏକ (୨୧), ମାଝୀ ହଣ୍ଟିଂର ମହମ୍ମଦ କଲାମଙ୍କ ପୁଅ ମହମ୍ମଦ ଜିସାନ୍‌ (୨୫), ବଡ଼ବିଲ ଥାନା ଠାକୁରାଣୀ ଗାଁର ସ୍ବର୍ଗତ ଶରତ ପଲାଇଙ୍କ ପୁଅ ରଂଜନ ପଲାଇ (୨୬), ମୟୂରଭଂଜ ଜିଲ୍ଲା ଘାଗରାବେଡ଼ା ଥାନା ଅଧୀନ ଚେଲିଆନାଲ ଗାଁର ସୁଶୀଲ ଚନ୍ଦ୍ର ଗିରିଙ୍କ ପୁଅ ବିଶ୍ବଜିତ ଗିରି (୩୨), ରରୁଆଁ ଥାନା ଅଧୀନ ଉତ୍ତରାପଶି ଗାଁର ଶ୍ୟାମସୁନ୍ଦର ଗିରିଙ୍କ ପୁଅ ସୁବାଶିଷ ଗିରି (୨୭) ଓ ଝାଡ଼ଖଣ୍ଡର ଜଗନ୍ନାଥପୁର ଥାନା ଅଧୀନ ଗୋବରଗାଓ ନିବାସୀ ମାର୍କଣ୍ଡ ପ୍ରଧାନଙ୍କ ପର୍ଶୁରାମ ପ୍ରଧାନ ଗିରଫ ହୋଇଛନ୍ତି। 

ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ୫ଟି ୭.୬୫ଏମ୍‌ଏମ୍‌ ପିସ୍ତଲ, ୭.୬୫ଏମ୍‌ଏମ୍‌ର ୭ଟି ପତ୍ରିକା, ଏକ କଳା ଥାର ମହିନ୍ଦ୍ରା (ଓଡି ୦୨ ବିଆର୍‌ ୭୦୦୧), ଦୁଇଟି ଖଣ୍ଡା, ୨ଟି କଟୁରୀ, କୋଟିଏ ଲୁହା ରଡ୍‌, ୫ଟି ବିଅର ବୋତଲ, ଗଂଜେଇ ଚିଲମ, ସିଗାରେଟ ଆଦି ଜବତ କରିଛି। 

Keonjhar | Police 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe