ଦୁଇମାସ ହେଲା ଜୁଆଙ୍ଗସାହି ଅନ୍ଧାର

ଦୁଇମାସ ହେଲା ଜୁଆଙ୍ଗସାହି ଅନ୍ଧାର

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ଶିବନାରାୟଣପୁରଗୋଡ଼ା ପଞ୍ଚାୟତ ଅନ୍ତର୍ଗତ ସାନକୁମୁଣ୍ଡ ଗ୍ରାମର ଜୁଆଙ୍ଗସାହିର ବିଦ୍ୟୁତ୍ ଟ୍ରାନ୍ସଫର୍ମର ଅଚଳ ହୋଇଯାଇଛି। ଫଳରେ ସାହିବାସୀ ଦୁଇମାସ ହେଲା ଅନ୍ଧାରରେ ରହୁଛନ୍ତି। ଜାନୁଆରି ଶେଷ ସପ୍ତାହରେ କୌଣସି କାରଣରୁ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିଲା। ଏହାକୁ ହଟାଇ ଏକ ନୂତନ ଟ୍ରାନ୍ସଫର୍ମର ବସାଇବାକୁ ସାହିବାସୀ ଦାବି କରିଆସୁଛନ୍ତି। ଇତିମଧ୍ୟରେ ଦୁଇମାସ ବିତି ଯାଇଥିଲେ ମଧ୍ୟ ବିଦ୍ୟୁତ୍‌ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।

ତୁରନ୍ତ ନୂତନ ଟ୍ରାନ୍ସଫର୍ମର ବସାଇବାକୁ ସାହିର ମୁନି ଜୁଆଙ୍ଗ, ଲଳିତା ଜୁଆଙ୍ଗ, ଗୁରୁବାରୀ ଜୁଆଙ୍ଗ, ଫୁଲମଣି ଜୁଆଙ୍ଗ, ବାସନ୍ତୀ ଜୁଆଙ୍ଗ, ସୁବୁଦିଆ ଜୁଆଙ୍ଗ, ସଞ୍ଜୟ ଜୁଆଙ୍ଗ, ବଗୁଲୁ ଜୁଆଙ୍ଗ, କାହ୍ନୁ ଜୁଆଙ୍ଗ, ଉପେନ୍ଦ୍ର ଜୁଆଙ୍ଗ ପ୍ରମୁଖ ଦାବି କରିଛନ୍ତି। ନଚେତ୍ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସାହିବାସୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe