ଭଗାମୁଣ୍ଡା, ହରିଚନ୍ଦନପୁର ସେକ୍ସନରେ ନାହାନ୍ତି ବନପାଳ

Advertisment
ଭଗାମୁଣ୍ଡା, ହରିଚନ୍ଦନପୁର ସେକ୍ସନରେ ନାହାନ୍ତି ବନପାଳ

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ଭଗାମୁଣ୍ଡା ଓ ଶଗଡ଼ପଟା ପଞ୍ଚାୟତର ମଣିଆବିନ୍ଧା, ତୋଟାସାହି ଓ ହାତୀକୁଚା ଗ୍ରାମ ନିକଟରେ ଥିବା ଅଟେଇ ସଂରକ୍ଷିତ ଜଙ୍ଗଲରୁ କାଠ ମାଫିଆମାନେ ବେଧଡ଼କ ଗଛ କାଟୁଛନ୍ତି। ଏଥିପ୍ରତି ବନ ବିହାଗର କିପରି ନଜର ପଡ଼ୁନାହିଁ ତାହା ଚର୍ଚ୍ଚାର ବିଷୟ ପାଲଟିଛି।

ଜଙ୍ଗଲ ସୁରକ୍ଷା ପାଇଁ ସରକାର ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରି ବୃକ୍ଷରୋପଣ କରୁଛନ୍ତି। ଅନ୍ୟପକ୍ଷରେ ବନ ବିଭାଗ ଜଙ୍ଗଲକୁ ସୁରକ୍ଷା ଦେବାରେ ବିଫଳ ହେଉଛି। ଜଙ୍ଗଲ ସୁରକ୍ଷା ପାଇଁ ବନ କର୍ମଚାରୀଙ୍କ ସମେତ ବିଭିନ୍ନ ଗ୍ରାମରେ ବନ ସୁରକ୍ଷା ସମିତି ମଧ୍ୟ ଗଠନ କରାଯାଇଛି। ଏହାସତ୍ତ୍ୱେ ଜଙ୍ଗଲରୁ ଗଛକଟା ଚାଲିଛି। ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ରହିଛି ଦେଓଗାଁ ବନାଞ୍ଚଳ କାର୍ଯ୍ୟାଳୟ। ଏହା ଅଧୀନରେ ରହିଛି ଦେଓଗାଁ, ହରିଚନ୍ଦନପୁର ଓ ଭଗାମୁଣ୍ଡା ସେକ୍ସନ କାର୍ଯ୍ୟାଳୟ। ପ୍ରତି ସେକ୍ସନ କାର୍ଯ୍ୟାଳୟରେ ଜଣେ ଲେଖାଏଁ ବନପାଳ ରହିବା ସହ ପ୍ରତି ବିଟ୍‌ ହାଉସ୍‌ରେ ଜଣେ ଲେଖାଏଁ ବନରକ୍ଷୀ ରହିବା କଥା। ତିନିମାସ ହେଲା ଭଗାମୁଣ୍ଡା ଓ ହରିଚନ୍ଦନପୁର ସେକ୍ସନ କାର୍ଯ୍ୟାଳୟରେ ବନପାଳ ପଦବି ଖାଲି ପଡ଼ିଛି। ଫଳରେ କାଠ ମାଫିଆମାନେ ଜଙ୍ଗଲରୁ ବେଧଡ଼କ ଗଛ କାଟି ଚାଲିଛନ୍ତି। ଉଭୟ ସେକ୍ସନରେ ତୁରନ୍ତ ବନପାଳ ନିଯୁକ୍ତି ଦେବା ସହ କାଠ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ‌ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe