ବୃଦ୍ଧଙ୍କ ମୁଣ୍ଡ ଉପରେ ଚଢ଼ିଗଲା ଟ୍ରକ୍‌: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

Advertisment
ବୃଦ୍ଧଙ୍କ ମୁଣ୍ଡ ଉପରେ ଚଢ଼ିଗଲା ଟ୍ରକ୍‌: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଆନନ୍ଦପୁର: ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥର କୋଳିମାଟି ପଞ୍ଚାୟତ ଦରଖଳା ନିକଟରେ ରାସ୍ତା ପାର ହେଉଥିବା ଜଣେ ବୃଦ୍ଧଙ୍କ ମୁଣ୍ଡ ଉପରେ ଲୁହାପଥର ବୋଝେଇ ଟ୍ରକ୍‌ ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକ ହେଉଛନ୍ତି ଘଟଗାଁ ଥାନା ମେଲାଣ ଗ୍ରାମ ଧବୋଣିସାହିର ଘନ ମୁଣ୍ଡା (୬୦)। ଦୁର୍ଘଟଣା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଶତାଧିକ ଗାଡ଼ି ସମେତ କେନ୍ଦୁଝର ଜିଲ୍ଲା ଜଜ୍‌ଙ୍କ ଗାଡ଼ି ମଧ୍ୟ ଅଟକି ରହିଥିଲା।

ଘସିପୁରା ଥାନା ଅଧିକାରୀ ସୁନୀଲ କୁମାର କର ପୁଲିସ ଫୋର୍ସ ସହ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପ‌ରେ ରାସ୍ତାରୋକ ହଟିଥିଲା। ଗତକାଲି ଅପରାହ୍‌ଣ ୪ଟାବେଳେ ଘନ ଦରଖଳା ନିକଟରେ ରାସ୍ତା ପାର ହେଉଥିବାବେଳେ କେନ୍ଦୁଝର ପାର୍ଶ୍ବରୁ ଆସୁଥିବା ଲୁହାପଥର ବୋଝେଇ ୧୮ଚକିଆ ଲୁହାପଥର ବୋଝେଇ ଟ୍ରକ୍‌ ତାଙ୍କ ଉପରେ ଚଢ଼ି ଯାଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପୁଲିସ ଜବତ କରିବା ସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ପଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe