ଝିଅଘରୁ ଫେରୁଥିଲେ, ନଦୀରେ ବୁଡ଼ିଗଲେ ବୃଦ୍ଧା

Advertisment
ପୋଖରୀରେ ବୁଡି ବାଳକଙ୍କର ମୃତ୍ୟୁ

ତେଲକୋଇ: ଝିଅଘରୁ ଫେରୁଥିବାବେଳେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ଶିବନାରାୟଣପୁରଗୋଡ଼ା ପଞ୍ଚାୟତ କମଳାଙ୍ଗ-ରାମଚନ୍ଦ୍ରପୁର ଗ୍ରାମ ନିକଟରେ ସମାକୋଇ ନଦୀରେ ବୁଡ଼ି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ମୃତକଜଣକ ହେଲେ କମଳାଙ୍ଗ ଗ୍ରାମ ମୁଣ୍ଡାସାହିର ନଟ ମୁଣ୍ଡାଙ୍କ ପତ୍ନୀ ସାବିତ୍ରୀ ମୁଣ୍ଡା (୬୫)। ସାବିତ୍ରୀ କିଛିଦିନ ତଳେ ଛାମୁଣ୍ଡା ପଞ୍ଚାୟତ ଶିରିଆବାହାଳ ଗ୍ରାମରେ ଝିଅଘରକୁ ଏକ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ଯାଇଥିଲେ।

ଝିଅଘରୁ ନିଜ ଗାଁ କମଳାଙ୍ଗକୁ ଫେରୁଥିଲେ। ରାମଚନ୍ଦ୍ରପୁରଠାରେ ସମାକୋଇ ନଦୀ ପାର ହେଲାବେଳେ ଗଭୀର ଜଳରେ ବୁଡ଼ି ଯାଇଥିଲେ। ଗତକାଲି ସକାଳେ ମୃତଦେହ ନଦୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ଓ ତେଲକୋଇ ପୁଲିସକୁ ଖବର ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ। ସାବିତ୍ରୀଙ୍କ ପରିବାର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ଏନେଇ ତେଲକୋଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ତେଲକୋଇ ଡାକ୍ତରଖାନା ପଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe