ବୋଲେରୋ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

Advertisment
ଚେକଗେଟରେ ପିଟିହେଲା ବାଇକ୍, ଉପଖଣ୍ଡ ସମାଜିକ ସୁରକ୍ଷା ଅଧିକାରୀ ମୃତ

jang.com.pk

ଯୋଡ଼ା : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ବନ୍ଧୁଆବେଡ଼ା ଗ୍ରାମ ରାସ୍ତାରେ ଆଜି ବୋଲେରୋ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୁତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ କମଳପୁର ଗ୍ରାମର ମାନ ମୁଣ୍ତା (୨୪) । ମାନ ଆଜି ଅପରାହ୍‌ଣରେ ବାଇକ୍‌ରେ‌ ଜୁରୁଡ଼ି ଅଭିମୁଖେ ଯାଉଥିଲେ। ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ବାମେବାରୀ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe