ପାନୀୟଜଳ ପ୍ରକଳ୍ପ ପାଣିରେ ବୁଡ଼ିଲା ପାଚିଲା ଧାନ

Advertisment
ପାନୀୟଜଳ ପ୍ରକଳ୍ପ ପାଣିରେ ବୁଡ଼ିଲା ପାଚିଲା ଧାନ

ହାଟଡିହି: ପାଚିଲା ଧାନକୁ କାଟି ଚାଷୀ ବିଲରେ ପକାଇଥିଲେ। କିଛିଦିନ ପରେ ତାହାକୁ ଖଳାକୁ ନେଇ ଅମଳ କରିଥାନ୍ତେ। ହେଲେ ଏହା ପୂର୍ବରୁ ମେଗା ପାନୀୟଜଳ ପ୍ରକଳ୍ପର ପାଣି ପାଇପ୍‌ ଫାଟି ଚାଷଜମି ଜଳମଗ୍ନ ହେବା ସହ ପାଚିଲା ଧାନ ଭିଜିଯାଇଛି। ଏହାକୁ ନେଇ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ସୋସୋ ପଞ୍ଚାୟତ ସୋସୋ ଗ୍ରାମର ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି।

ହାଟଡିହି ବ୍ଲକ୍‌ର ୧୯ଟି ଗ୍ରାମକୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୮ କୋଟି ଟଙ୍କା ବ୍ୟୟରେ ବାଙ୍ଗୋରଠାରେ ନିର୍ମାଣ କରାଯାଉଥିବା ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଅନ୍ୟପକ୍ଷରେ ସୋସୋଠାରେ ଏହି ପ୍ରକଳ୍ପର ପାଇପ୍ ଫାଟିଯାଇଛି। ପାଣି ନିଷ୍କାସିତ ହୋଇ ରଞ୍ଜନ ଦୋରା, ବିମଳ ଦୋରା, ଅନିଲ ନାୟକ, ଶ୍ରୀଧର ପରିଡ଼ା, ସୁବାସ ନାୟକଙ୍କ ଚାଷୀଙ୍କ ଧାନବିଲରେ ଜମା ହୋଇଛି। ବିଲରେ ପାଚିଲା ଧାନ କଟାଯାଇ ବିଡ଼ା ବାନ୍ଧି ପକାଯାଇଥିଲା। ସେସବୁ ଭିଜି ଯାଇଛି। ବିଲରେ ୧ ଫୁଟ୍ ଉଚ୍ଚର ପାଣି ଜମି ରହିଥିବାରୁ ଚାଷୀମାନେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି। ଆଜି ସକାଳୁ ଚାଷୀମାନେ ବିଲକୁ ଯାଇ ଧାନବିଡ଼ା ଗୁଡ଼ିକୁ ପାଣିରୁ ବାହାର କରି ହିଡ଼ ଉପରକୁ ଉଠାଇଛନ୍ତି। ଏହାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ମେଗା ପ୍ରକଳ୍ପର କର୍ମଚାରୀଙ୍କ ଦାୟିତ୍ବହୀନତାପାଇଁ ଏଭଳି ସମସ୍ୟା ଉପୁଜୁଥ‌ିବା ଅଭିଯୋଗ କରିଛନ୍ତି। ତୁରନ୍ତ ପାଇପ୍‌ ମରାମତି କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe