ଆତ୍ମହତ୍ୟା ଉଦ୍ୟମ କରିଥିବା ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ପରକୀୟା  ପ୍ରୀତି ସନ୍ଦେହରେ ଛୁରାମାଡ଼, ଯୁବକ ଗୁରୁତର

Sambad

କେନ୍ଦୁଝର: କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ଗତକାଲି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବିଚାରାଧୀନ କଏଦୀ। କେନ୍ଦୁଝର ଜିଲ୍ଲା କାରାଗାରରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କଏଦୀ ଜଣକ ହେଲେ କେନ୍ଦୁଝର ସଦର ଥାନା କାଠବାରି ପଞ୍ଚାୟତ ବୋଧବାହାଳି ଗ୍ରାମର ଅଜୟ ଦାସ (୨୫)। ସେ ନାବାଳିକା ଅସଦାଚରଣ ମାମଲାରେ ଗିରଫ ହୋଇ ୧୧ ମାସ ହେବ କେନ୍ଦୁଝର ଜେଲ୍‌ରେ ଥିଲେ।

ଗତକାଲି ଅପରାହ୍ଣ ୧ଟା ୨୦ରେ ଜେଲ୍ ପାଇଖାନା ଟାଙ୍କିକୁ ସଂଯୋଗ କରିଥିବା ଏକ ପାଇପ୍ ସାହାଯ୍ୟରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଜେଲ୍ ୱାର୍ଡରମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟର ପୁରୁଷ ଭେଷଜ ୱାର୍ଡରେ ଭିତ୍ତ କରିଥିଲେ। ଅପରାହ୍ଣ ୩ଟାବେଳେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଜେଲ୍ ସୁରକ୍ଷାରେ ତ୍ରୁଟି ପାଇଁ ଏପରି ଘଟଣା ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe