ଘଟଗାଁ ସାନ୍ତରାପୁର ଗ୍ରାମରେ ବନ ବିଭାଗର ବଡ଼ ଧରଣର ଚଢ଼ଉ‌: ୭ ଟ୍ରିପରୁ ଉର୍ଦ୍ଧ୍ବ କାଠ ଜବତ

ଘଟଗାଁ ସାନ୍ତରାପୁର ଗ୍ରାମରେ ବନ ବିଭାଗର ବଡ଼ ଧରଣର ଚଢ଼ଉ‌: ୭ ଟ୍ରିପରୁ ଉର୍ଦ୍ଧ୍ବ କାଠ ଜବତ

ଘଟଗାଁ: ଆଜି ସକାଳୁ ସକାଳୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ଡିଏଫଓଙ୍କ ତତ୍ବାବଧାନରେ ସାନ୍ତରାପୁର ଗ୍ରାମରେ ବନ ବିଭାଗର ବଡ଼ ଧରଣର ଚଢ଼ଉ‌ କରିଛି। ଘଟଣା ସ୍ଥଳରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିଥିବା ବେଳେ ବର୍ତ୍ତମାନସୁଦ୍ଧା ୭ ଟ୍ରିପରୁ ଉର୍ଦ୍ଧ୍ବ କାଠ ଜବତ ହୋଇଥିବା ଜଣାପଡିଛି। ଆଗକୁ ଆହୁରି ମଧ୍ୟ କାଠ ଜବତ ନେଇ ଚଢ଼ଉ ଜାରି ରହିଛି। ଏତେ ପରିମାଣର କାଠ ଦେଖି ବନ ବିଭାଗ ତାଜୁବ। ତେବେ ଘଟଗାଁ ବ୍ଲକ ସନ୍ତରାପୁର ଗ୍ରାମ କେନ୍ଦୁଝର ଜିଲ୍ଲାର ଚୋରା କାଠ ମାଫିଆଙ୍କ ହବ କୁହାଯାଉଥିବା ବେଳେ ଅନେକ ବାର ବନ ବିଭାଗ ଚଢ଼ଉ କରି ବିଫଳ ହେଉଥିବା ବେଳେ ଆଜି ବନ ବିଭାଗକୁ ବଡ ସଫଳତା ମିଳିଛି।

ଘଟଣା ସ୍ଥଳରେ ଡି. ଏଫ୍. ଓ ଏଚଡି ଧନରାଜ୍, ଘଟଗାଁ ଏଡିପିଓ, ଘଟଗାଁ ତହସିଲଦାର ଓ ବିପୁଳ ଫୋର୍ସ ମୁତୟନ ରହି ବର୍ତ୍ତମାନ ପର୍ଯ୍ୟନ୍ତ ଚଢ଼ଉ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe