ନୂଆପଡ଼ା ବନବିଭାଗ ପକ୍ଷରୁ କାଠ ବେପାରୀ ଘରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ଜବତ, ଜଣେ ଗିରଫ

Advertisment
ନୂଆପଡ଼ା ବନବିଭାଗ ପକ୍ଷରୁ କାଠ ବେପାରୀ ଘରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ଜବତ, ଜଣେ ଗିରଫ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବନବିଭାଗ ପକ୍ଷରୁ ଶନିବାର ଦିନ ସଦର ବ୍ଳକ ଝାଞ୍ଜିମୁଣ୍ଡା ଗ୍ରାମର ଜଗଦୀଶ ସୁନାନୀଙ୍କ ଘରେ ଥିବା କାଠ ଗୋଦାମ ଉପରେ ଚଢ଼ାଉ କରି ସେଠାରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜବତ କରି ସହ କାଠ ବ୍ୟବସାୟୀ ଜଗଦୀଶ ସୁନାନୀଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ନୂଆପଡ଼ା ସଦର ବ୍ଳକ ଝାଞ୍ଜିମୁଣ୍ଡା ଗ୍ରାମର ଜଗଦିଶ ସୁନାନୀ (୫୫) କାଠ ବ୍ୟବସାୟ କରୁଥିବା କୌଣସି ସୂତ୍ରରୁ ଖବର ପାଇଁ ଗତକାଳି ରାତିରେ ନୂଆପଡ଼ା ରେଞ୍ଜର ବିନିତା ଭୋଇଙ୍କ ନେତୃତ୍ବରେ ଏକ ଟିମ୍ ନେଇ ଜଗଦୀଶ ସାହୁଙ୍କ ଘର ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ଦଳ ସୁନାନୀ ଘରୁ ୧୪୨ ଚୌଖୁଟ କାଠ, ୫୦ ଟି ଚାଉ କାଠ ୫୦ ରେଙ୍ଗାଲି କାଠ ଜବତ କରିଥିଲେ। ମୋଟ ୨୦୯ ଖଣ୍ଡ ବିଭିନ୍ନ ମୂଲ୍ୟବାନ କାଠ ଜବତ କରିଥିଲେ। ଏହି କାଠର ହାରାହାରୀ ମୂଲ୍ୟ ୧ଲକ୍ଷରୁ ଉର୍ଦ୍ଧ ହେବ ବୋଲି ବନବିଭାଗ ଅନୁମାନ କରିଛନ୍ତି। ବନବିଭାଗ ଆଇନ ଅନୁଯାଇ ଏକ ମାମଲା ରୁଜୁ କରି କାଠ ବ୍ୟବସାୟ ଜଗଦିଶ ସୁନାନୀଙ୍କ ଗିରଫ କରି କୋର୍ଟ ଚାଲଣା କରିଛନ୍ତି। ଏହି ଚଢ଼ାଉରେ ନୂଆପଡ଼ା ରେଞ୍ଜର ବିନିତା ଭୋଇ, ଫରେଷ୍ଟର କନ୍ଦର୍ପ ସୁନାନୀ, ଘନଶ୍ୟମ ଶବର, ଗୋପାଳ ମହାନନ୍ଦ, ଫରେଷ୍ଟଗାଡ ଜୟନ୍ତି ମାଝୀ, ପରାମାନନ୍ଦ ତାଣ୍ଡି ଉଢ଼ାଉରେ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe