ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ରାଜନଗରରେ ଦଧିବାମନଜିଉ ଓ ମଲ୍ଲୀପଶି ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହୋଇଛି। ମଲ୍ଲୀପଶିରେ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଛନ୍ତି।
ରାଜନଗରସ୍ଥିତ ଦଧିବାମନଜିଉ ମନ୍ଦିରରେ ସମସ୍ତ ନୀତିକାନ୍ତି ପରେ ତିନି ଠାକୁରଙ୍କୁ ରଥାରୂଢ଼ କରାଯାଇଥିଲା। ଦୁର୍ଯ୍ୟୋଧନ ମିଶ୍ର ଛେରାପହଁରା କରିଥିଲେ। ପୂଜକ ସତ୍ୟାନନ୍ଦ ପଣ୍ଡା, ପ୍ରଦୀପ ପାଣି, ପ୍ରଦୀପ ମିଶ୍ର, ଗୋପୀନାଥ ପଣ୍ଡା ପୂଜାର୍ଚ୍ଚନା କରିଥିଲେ। ଅକ୍ଷୟ ନାରାୟଣ ମିଶ୍ର, କୈବଲ୍ୟ ସାହୁ, ସଚ୍ଚିଦାନନ୍ଦ ମହାକୁଡ଼ ଧାରାବିବରଣୀ ଦେଇଥିଲେ। ତହସିଲଦାର ଲୀଳାବତୀ ନାୟକଙ୍କ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ବିଧାୟକ ଅଖିଳ ଚନ୍ଦ୍ର ନାୟକ, ପୂର୍ବତନ ବିଧାୟକ ଜଗନ୍ନାଥ ନାୟକ ଅତିଥିଭାବେ ଯୋଗ ଦେଇଥିଲେ। ସରପଞ୍ଚ ସୁଧାଂଶୁ ନାଏକ, ଧରଣୀଧର ଦାସ, ପ୍ରଫୁଲ୍ଲ ରାଉତ, ଉଗ୍ରେସନ ଦାସ, ଦିଲୀପ ସିଂହ, ମୃତ୍ୟୁଞ୍ଜୟ ପାଣି, ହଳଧର ମିଶ୍ର, ବିଜୁ ସିଂହ, ସତ୍ୟନାରାୟଣ ମିଶ୍ର, ପ୍ରତାପ ରଣା, ବସନ୍ତ ରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସେହିପରି ମଲ୍ଲୀପଶିରେ ରାଜା ରବିନାରାୟଣ ସିଂହ ରଥରେ ଛେରାପହଁରା କରିଥିଲେ। ପୂଜକ କୁଳମଣି ଷଡ଼ଙ୍ଗୀ, ପ୍ରହଲ୍ଲାଦ ପଣ୍ଡା, ସୌମ୍ୟରଞ୍ଜନ ପଣ୍ଡା ପୂଜାର୍ଚ୍ଚନା କରିଥିଲେ। ପାର୍ଥସାରଥି ବେଜ ଓ ଦୀପ୍ତିମୟୀ ବାରିକ କର୍ତ୍ତା ଦାୟିତ୍ବ ତୁଲାଇଥିଲେ। ଏଠାରେ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥିଲେ। ବିଧାୟକ ଅଖିଳ ଚନ୍ଦ୍ର ନାୟକ, ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାୟକ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ରାଧାକାନ୍ତ ମହାନ୍ତ ଅତିଥିଭାବେ ଯୋଗଦେଇଥିଲେ।
ମହିଳା ଟାଣିଲେ ସୁଭଦ୍ରାଙ୍କ ରଥ
Advertisment
Follow Us