ଚତୁର୍ଥ ଦିନରେ ରାସ୍ତାରୋକ : ଯାତ୍ରୀବାହୀ ଗାଡ଼ିକୁ ବି ଛାଡ଼ିଲେନି

Advertisment
ଚତୁର୍ଥ ଦିନରେ ରାସ୍ତାରୋକ : ଯାତ୍ରୀବାହୀ ଗାଡ଼ିକୁ ବି ଛାଡ଼ିଲେନି

ଦୈତାରି/ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବ୍ରାହ୍ମଣୀପାଳରେ ଅନ୍ୟ ଏକ ଠିକାସଂସ୍ଥା ମାଧ୍ୟମରେ ରେଲୱେ ସାଇଡିଂ ପରିଚାଳନାକୁ ବିରୋଧ କରି ଶ୍ରମିକମାନେ ଚାରିଦିନ ହେଲା ଶ୍ରମିକମାନେ ବ୍ରାହ୍ମଣୀପାଳ-ଦୈତାରି ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଖଣିଜ ବୋଝେଇ ଟ୍ରକ୍‌ ଛିଡ଼ା ହୋଇରହିଛି। ପ୍ରବଳ ବର୍ଷା ସତ୍ତ୍ୱେ ରାସ୍ତାରେ ବହୁ ସଂଖ୍ୟାରେ ଶ୍ରମିକ ଓ ତାଙ୍କ ପରିବାର ସଦସ୍ୟ ବସି ରହିଛନ୍ତି। ଖଣିଜ ବୋଝେଇ ଟ୍ରକ୍‌ ସମେତ ବିଭିନ୍ନ ଯାତ୍ରୀବାହୀ ବସ୍, ଛୋଟଛୋଟ ଗାଡ଼ି ଗୁଡ଼ିକୁ ମଧ୍ୟ ଆନ୍ଦୋଳନକାରୀମାନେ ଛାଡ଼ି ନାହାନ୍ତି। ଫଳରେ ବିଭିନ୍ନ ସ୍ଥାନକୁ ଯିବାରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ବଳିପର୍ବତ ଅଞ୍ଚଳରେ ଖଣିଜ ପରିବହନ କରୁଥିବା ଟ୍ରକ୍‌ ଉପରେ ନିର୍ଭର କରି ବ୍ୟବସାୟ କରୁଥିବା ହୋଟେଲ, ଟାୟାର ଦୋକାନୀ ଓ ଅନ୍ୟ ବ୍ୟବସାୟୀମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି। ଓଏମ୍‌ସି କର୍ତ୍ତୃପକ୍ଷ ଆନ୍ଦୋଳନରତ ଶ୍ରମିକଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe