ଝଡ଼ତୋଫାନରେ ଗଛ ପଡ଼ି ରାସ୍ତା ଅବରୋଧ

Advertisment
ଝଡ଼ତୋଫାନରେ ଗଛ ପଡ଼ି ରାସ୍ତା ଅବରୋଧ

ଘଟଗାଁ: ଘଟଗାଁରେ ଆଜି ଅପରାହ୍‌ଣରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଝଡ଼ତୋଫାନରେ କେଉଁଠି ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି ତ ଆଉ କେଉଁଠି ଘର ଭାଙ୍ଗିଛି। ତାର ଛିଣ୍ଡି ଯାଇଥିବାରୁ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି। ଫଳରେ ଘଟଗାଁ ଅଞ୍ଚଳ ଅନ୍ଧାରେ ରହିଛି। ଆଜି ଅପରାହ୍‌ଣ ୪ଟାରୁ ୫ଟା ପର୍ଯ୍ୟନ୍ତ ‌କାଳବୈଶାଖୀ ପ୍ରଭାବରେ ଖୁବଜୋରରେ ପବନ ସାଙ୍ଗକୁ ବର୍ଷା ଓ କୁଆପଥର ମାଡ଼ ହୋଇଥିଲା। ଉପରଡିହା ରାସ୍ତାରେ ଗୋଟିଏ ବା‌ଇକ୍‌ ଉପରେ ଗଛଡାଳ ଭାଙ୍ଗି ପଡ଼ିଥିବା ବେଳେ ଘଟଗାଁ ଥାନା ସମ୍ମୁଖ ଏଟିଏମ୍‌ ଉପରେ ଏକ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି। ରାଜପାଟ ଛକରେ ବିଶାଳ ଆମ୍ବଗଛ ଉପୁଡ଼ି ପଡ଼ିବା ଯୋଗୁଁ ରାସ୍ତା ଅବରୋଧ ହୋଇଥିଲା। ଖବର ପାଇଁ ଅଗ୍ନିଶମ ବାହିନୀ ପହଞ୍ଚି ଗଛକାଟି ରାସ୍ତା ସଫା କରିଛନ୍ତି। ମୁକୁନ୍ଦପୁର ପାଟଣା ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେହିପରି ଗଛର ଏକ ବଡ଼ ଡାଳ ଦୋକାନ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe