କେନ୍ଦୁଝର: ଡକାୟତି ପାଇଁ ପ୍ରସ୍ତୁତ ହେଉଥିବା ୫ ଜଣିଆ ଡକାୟତ ଦଳକୁ ସୋମବାର ରାତିରେ ଟାଉନ ପୁଲିସ ଗିରଫ କରିଛି। ଏହି ଡକାୟତ ଦଳ ସ୍ଥାନୀୟ ଧାଙ୍ଗରପଡା ମଶାଣି ନିକଟରେ ଡକାୟତି ଯୋଜନା କରୁଥିବା ନେଇ ପୁଲିସ ସୂଚନା ପାଇବା ପରେ ସଦଳବଳ ଚଢଉ କରିଥିଲା। ସେଠାରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗ ମୁର୍ସିଦାବାଦ ରଘୁନାଥଗଞ୍ଜ ଥାନା ମାଦେରଥର ଗ୍ରାମର ମୁରସାଲିମ ସେକ(୨୩), ମିତୁପୁର ଗ୍ରାମର ପିଣ୍ଟୋ ସେକ(୩୬), ଖେଗୁରତାଲା ଗ୍ରାମର ମଇମୁଲ ସେକ(୩୫), ସାଗରପଦା ଗ୍ରାମର ସାଫିକୁଲ ସେକ (୪୮) ଓ ସୋନାରପଡା ଗିରିଆ ଗ୍ରାମର ନିଗୁବୁଲ ସେକ(୨୫)। ଅଭିଯୁକ୍ତଙ୍କ ପାଖରୁ ମାରଣାସ୍ତ୍ର ଜବତ ହୋଇଥିବା ପୁଲିସ କହିଛି।
ଡକାୟତି ଯୋଜନା ପଣ୍ଡ, ୫ ଗିରଫ
Advertisment
Follow Us