ବଡ଼ବିଲ : ବଡ଼ବିଲର ଏକ ଟ୍ରାନ୍ସପୋର୍ଟିଂ ଅଫିସରୁ ଆଜି ରାତି ପ୍ରାୟ ସାଢ଼େ ୯ଟାରେ ବନ୍ଧୁକ ଦେଖାଇ ୬ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ବଡ଼ବିଲ ଉତ୍କଳ ଶୋରୁମ୍ ନିକଟ ପଞ୍ଚବଟୀ ଆପାର୍ଟମେଣ୍ଟରେ କେତେଜଣ ଦୁର୍ବୃତ୍ତ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ଟଙ୍କା ନେଇ ପଳାଇଯିବା ସମୟରେ ଏକ ଦେଶୀ ପିସ୍ତଲ ସେଠାରେ ଛାଡ଼ିଯାଇଥିଲେ। ଖବର ପାଇ ଏସ୍ଡିପିଓ ରାହୁଲ ଜୈନ ପହଞ୍ଚି ତଦନ୍ତ କରିଛନ୍ତି।
ପିସ୍ତଲ ଦେଖାଇ ୬ ଲକ୍ଷ ଲୁଟ୍
Advertisment
Follow Us