ଡଙ୍ଗାରେ ବୈତରଣୀରୁ ବାଲି ପରିବହନ

Advertisment
ଡଙ୍ଗାରେ ବୈତରଣୀରୁ ବାଲି ପରିବହନ

ଆନନ୍ଦପୁର: ପୂର୍ବରୁ ଟ୍ରାକ୍ଟରରେ ବାଲି ଚୋରି ହେଉଥିଲା। ଏବେ ନଦୀଗର୍ଭରେ ସମ୍ପ ମେସିନ ଲଗାଇ ବୋଟ୍‌ରେ ବାଲି ବୁହା‌ ଚାଲିଛି। ଆନନ୍ଦପୁର ତହସିଲ ଅନ୍ତର୍ଗତ କନ୍ତୋ ରାଜସ୍ବ ସର୍କଲର ଅମାରଙ୍ଗ ନିକଟରେ ବୈତରଣୀ ନଦୀରୁ ଏଭଳି ଢଙ୍ଗରେ ବାଲି ଚ‌ୋରା ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି।

ଅଆରଙ୍ଗ ଘାଟକୁ ତହସିଲ ପକ୍ଷରୁ ନିଲାମ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ପରିବେଶ ମଞ୍ଜୁରୀ ମିଳିନାହିଁ। ଫଳରେ ବାଲିଘାଟ କାର୍ଯ୍ୟକ୍ଷମ ହୋଇପାରି ନାହିଁ। କିନ୍ତୁ ଏହି ଘାଟରୁ ନିୟମିତ ଭାବେ ଟ୍ରାକ୍ଟର ଯୋଗ‌େ ବାଲି ଚୋରା ଚାଲାଣ ଚାଲିଛି। ତହସିଲ କର୍ତ୍ତୃପକ୍ଷ ସବୁ ଜାଣି ଚୁପ୍ ବସିଛନ୍ତି। ଗତ ପୂଜା ଛୁଟି ସମୟରେ ମାଫିଆମାନେ ସକ୍ରିୟ ହୋଇ ଉଠିଥିଲେ। ୨୧ ତାରିଖରେ ଅମାରଙ୍ଗରେ ଅସ୍ଥାୟୀ ଘାଟ ନିର୍ମାଣ ଜେସିବି ମେସିନ ସାହାଯ୍ୟରେ ବାଲି ଉତ୍ତୋଳନ କରାଯାଉଥିଲା। ସଂଧ୍ୟାରୁ ସକାଳ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଟ୍ରାକ୍ଟର, ଡମ୍ପର ଓ ହାଇୱା ଯୋଗେ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଇଥିଲା। ହେଲେ ରାଜସ୍ବ ବିଭାଗର କୌଣସି ଅଧିକାରୀଙ୍କ ଦେଖାଦର୍ଶନ ମିଳିନଥିଲା। ‘ସମ୍ବାଦ’ରେ ଏନେଇ ପ୍ରକାଶ ପାଇବା ପରେ ଦୁଇଦିନ ଚାଲାଣ ବନ୍ଦ ରହିଥିଲା। ପରବର୍ତ୍ତୀ ସମୟରେ ପୁଣି ବାଲି ଚାଲାଣ ଆରମ୍ଭ ହୋଇଥିଲା।
ଏବେ ଆନନ୍ଦପୁର ବ୍ୟାରେଜର ଗେଟ୍ ପଡ଼ିବା ପରେ ଅମାରଙ୍ଗ ନିକଟରେ ପ୍ରବଳ ପାଣି ରହିଛି। ମାଫିଆମାନେ ନଦୀଗର୍ଭରେ ସମ୍ପ ମେସିନ ଲଗାଇ ବାଲି ଉତ୍ତୋଳନ କରୁଛନ୍ତି। ପାଇପ୍ ସାହାଯ୍ୟରେ ଡଙ୍ଗାରେ ବାଲି ବୋଝେଇ କୂଳକୁ ଅଣାଯାଉଛି। ଟ୍ରାକ୍ଟର ଓ ହାଇୱା ଯୋଗେ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି। ରାତିସାରା ଏଠାରେ ମାଫିଆ ଆଡ଼ା ଜମୁଛି। କିଛିଦିନ ତଳେ ଘସିପୁରା ପୁଲିସ ଆନନ୍ଦପୁର ବ୍ୟାଜେର ନିକଟରୁ ଚୋରା ବାଲି ଚାଲାଣ ଅଭିଯୋଗରେ ୭ଟି ଟ୍ରାକ୍ଟର ଜବତ କରିବା ସହିତ ୭ଜଣଙ୍କୁ ଗିରଫ କରିଥିଲା। ଅମାରଙ୍ଗ ଘାଟରେ କାହିଁକି ଚଢ଼ଉ ହେଉନି ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe