new indian express
ଘଟଗାଁ: ଘଟଗାଁ ମା’ ତାରିଣୀ ମନ୍ଦିର ସମ୍ମୁଖରେ ଶ୍ରଦ୍ଧାଳୁଙ୍କୁ ମାଡ଼ ମାରି ଜଣେ ଉଠା ଦୋକନୀ ଗିରଫ ହୋଇଛି। ଅଭିଯୁକ୍ତ ହେଲା ବଳଭଦ୍ର ମହାକୁଡ଼ ଓରଫ ବଳିଆ। ପୁଲିସ କେସ୍ ନମ୍ବର ୨୯୧/୨୩ ଦଫା ୩୪୧, ୨୯, ୩୨୩, ୩୨୫ରେ ଏକ ମାମଲା ରୁଜୁ କରି ତାକୁ ଗିରଫ କରିଛି।
ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ବାଂଶଡ଼ା ଓ ଘଣ୍ଟେଶ୍ବର ଅଞ୍ଚଳର ଏକ କୋଚିଂ ସେଣ୍ଟରରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଗତକାଲି କେନ୍ଦୁଝର ସାନଘାଗରା ବୁଲିବା ପାଇଁ ଯାଇଥିଲେ। ଫେରିବା ବେଳେ ସନ୍ଧ୍ୟାରେ ଘଟଗାଁ ବଜାରରେ ଗାଡ଼ି ରଖି ମା’ ତାରିଣୀ ମନ୍ଦିର ଆଗରେ ଥିବା ଏକ ଉଠା ଦୋକାନରୁ ନଡ଼ିଆ କିଣିଥିଲେ। ନଡ଼ିଆ ମୂଲଚାଲ ପରେ ଦୋକାନୀ ଦେବାକୁ ରାଜି ନହେବାରୁ ନଡ଼ିଆ ନ କିଣି ଛାତ୍ରଛାତ୍ରୀ ଫେରିଆସିଥିଲେ। ଏହାକୁ ନେଇ ଉଠା ଦୋକାନୀ ଜଣକ ଛାତ୍ରଛାତ୍ରୀଙ୍କୁ ଗାଳିଗୁଲଜ କରିଥିଲେ। ଛାତ୍ରୀ ଦେବକୀ ସାହୁଙ୍କୁ ମାଡ଼ ମାରିଥିଲେ। ଅନ୍ୟ ଛାତ୍ରଛାତ୍ରୀ ପ୍ରତିବାଦ କରିବାରୁ ସେମାନେ ମଧ୍ୟ ଦୋକାନୀଙ୍କ ଆକ୍ରୋଶର ଶିକାର ହୋଇଥିଲେ।
ଏନେଇ ଘଟଗାଁ ଥାନାରେ ଅଭିଯୋଗ ହୋଇଥିଲା। ସଂପୃକ୍ତ ଦୋକାନୀକୁ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଂଜନ କୁମାର ପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ଗତ ୨୭ ତାରିଖରେ ମଧ୍ୟ ଜଣେ ଉଠା ଦୋକାନୀ ଆନନ୍ଦପୁର ଅଞ୍ଚଳର ଅନିଲ କୁମାର ବରାଳଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ।
Follow Us