ଘରେ ନିଆଁ ଲଗାଇ ପୁଅ ଗିରଫ

Advertisment
ଘରେ ନିଆଁ  ଲଗାଇ ପୁଅ  ଗିରଫ

ଚମ୍ପୁଆ: ନିଜ ଘରେ ନିଆଁ ଲଗାଇ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିିଛି ଚମ୍ପୁଆ ପୁଲିସ। ସୂଚନା ଅନୁସାରେ, ଚମ୍ପୁଆ ଥାନା ଧୋବାକୁଚିଡ଼ା ଗ୍ରାମର ଧବଳେଶ୍ବର ନାଏକଙ୍କ ପୁଅ ଯଜ୍ଞଦତ୍ତ ନାଏକ(୨୨) ଘରେ କେହି ନଥିବା ସମୟରେ ନିଆଁ ଲଗାଇ ଦେଇଥିଲା। ସାହି ପଡ଼ିଶା ଲୋକେ ନିଅଁା ଲିଭାଇବାକୁ ଚେଷ୍ଟା କରିଥିଲେ। ହେଲେ ନିଆଁ ଅଣାୟାତ ହେବାରୁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଅଁା ଲିଭାଇ ଥିଲେ। ଅଗ୍ନିକାଣ୍ଡରେ ଏକ ଚାରିଚକିଆ ଗାଡ଼ି ଓ ଘରର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ଧବଳେଶ୍ବରଙ୍କ ଅଭିଯୋଗ ପରେ ଚମ୍ପୁଆ ପୁଲିସ କେସ୍ ନମ୍ବର ୧୨୦/୧୮ରେ ମାମଲା ରୁଜୁ କରିବା ସହ ଯଜ୍ଞଦତ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe