kalinga tv
ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ସରାସପଶି ଗ୍ରାମକୁ ଆସିଥିବା କେନ୍ଦୁଝର ସଦର ବ୍ଲକ୍ ମଇଦାନକେଲ ଗ୍ରାମର ଲାଲମୋହନ ନାଏକ (୩୮)ଙ୍କ ମୃତ୍ୟୁ ଘଟିଛି। ପତ୍ନୀ ଓ ପୁଅକୁ ନେଇ ଲାଲମୋହନ ଶ୍ବଶୁର ଘରକୁ ଆସିଥିଲେ। ଶ୍ବଶୁର ଗୌତମ ନାଏକଙ୍କ ପୁଅ ନଥିବାରୁ ସେ ଧାନକଟା କାମର ତଦାରଖ କରୁଥିଲେ। ସକାଳୁ ଲାଲମୋହନ ରକ୍ତବାନ୍ତି କରିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପାଟଣା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ଢେଙ୍କିକୋଟ ଫାଣ୍ଡି ଏଏସ୍ଆଇ ସୁରଥ ଚନ୍ଦ୍ର ଦେହୁରୀ ପାଟଣା ଡାକ୍ତରଖାନା ଯାଇ ଶବ ବ୍ୟବଚ୍ଛେଦ କରାଇଛନ୍ତି। ଏନେଇ ଘଟଗାଁ ଥାନାରେ କେସ୍ ନମ୍ବର ୭୦/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
Follow Us