ଘସିପୁରା ନିର୍ବାଚନମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମିଳିଲା ଅଟୋରିକ୍ସା ଚିହ୍ନ

Advertisment
ଘସିପୁରା ନିର୍ବାଚନମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମିଳିଲା ଅଟୋରିକ୍ସା ଚିହ୍ନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଲୋକସଭା ଓ ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। କୌଣସି ପ୍ରାର୍ଥୀ ନିଜର ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନଥିବା ବେଳେ ଆଜି ସମସ୍ତ ପ୍ରାର୍ଥୀଙ୍କ ଚିହ୍ନ ଘୋଷଣା ହୋଇଛି। ସ୍ବାଧୀନ ପ୍ରାର୍ଥୀମାନଙ୍କୁ ମିଳିଥିବା ନିଆରା ଚିହ୍ନ ଏବେ ଚର୍ଚ୍ଚାର ବିଷୟ ହୋଇଛି।

କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ହୋଇଛନ୍ତି ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଅଟୋରିକ୍ସା ଚିହ୍ନ ମିଳିଛି। ସେହିପରି ଏହି ନିର୍ବାଚନମଣ୍ଡଳୀର ଅନ୍ୟ ସ୍ବାଧୀନ ପ୍ରାର୍ଥୀ ଦେବେନ୍ଦ୍ରନାଥ ସ୍ବାଇଁଙ୍କୁ ଟ୍ରକ୍‌ ଚିହ୍ନ ମିଳିଥିବା ବେଳେ ଜ୍ଞାନାଲୋକ ପଣ୍ଡାଙ୍କୁ ମାଠିଆ, ନରେନ୍ଦ୍ରନାଥ ନାୟକଙ୍କୁ ବ୍ୟାଟ୍‌, ପ୍ରମିଳା ହାଂସଦାଙ୍କୁ ଜାହାଜ ଚିହ୍ନ ମିଳିଛି। ସେହିପରି କେନ୍ଦୁଝର ନିର୍ବାଚନମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ ସସ୍ମିତାରାଣୀ ସିଂହଙ୍କୁ ଜାହାଜ ଚିହ୍ନ ମିଳିଥିବା ବେଳେ ଜୀବନ ସିଂହ ମୁଣ୍ଡାଙ୍କୁ ବାଲଟି, ଝରଣା ନାଏକଙ୍କୁ ଟ୍ରକ୍‌, ରାଜକିଶୋର ମୁଣ୍ଡାଙ୍କୁ ଖଟ ଚିହ୍ନ ମିଳିଛି। ତେଲକୋଇ ନିର୍ବାଚନମଣ୍ଡଳୀର ଏକମାତ୍ର ସ୍ବାଧୀନ ପ୍ରାର୍ଥୀ ଅଜୟ କୁମାର ନାୟକଙ୍କୁ ଷ୍ଟୁଲ ଚିହ୍ନ ମିଳିଛି।

ଆନନ୍ଦପୁର ନିର୍ବାଚନମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ ଝାନ୍‌ସିରାଣୀ ଦାସଙ୍କୁ ଗ୍ୟାସ ସିଲିଣ୍ଡର ଚିହ୍ନ ମିଳିଥିବା ବେଳେ ବିଶ୍ବନାଥ ପ୍ରତାପ ଜେନାଙ୍କୁ ଫଳଝୁଡ଼ି ଚିହ୍ନ ମିଳିଛି। ସେହିପରି ପାଟଣା ନିର୍ବାଚନମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ ଅନିରୁଦ୍ଧ ନାଏକଙ୍କୁ ବ୍ୟାଟ୍‌ ଚିହ୍ନ ମିଳିଥିବା ବେଳେ ଦତ୍ତ ମୁଣ୍ଡାଙ୍କୁ ବାଲଟି, ଦୀପକ କୁମାର ନାଏକଙ୍କୁ ଆଖୁଚାଷୀ ଚିହ୍ନ, ଲୋକନାଥ ନାଏକଙ୍କୁ ଇଟା ଚିହ୍ନ ମିଳିଛି। ଚମ୍ପୁଆ ନିର୍ବାଚନମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ ଗୁରୁବକ୍ସ ସିଂ ଆଲୁୱାଲିଆଙ୍କୁ କରତ, ଜାକ୍ରିଆସ କିସପଟାଙ୍କୁ ହେଲମେଟ୍‌, ବାସମତୀ ମୁଣ୍ଡାଙ୍କୁ ଖଟ, ବେଣୁଧର ମହାନ୍ତଙ୍କୁ କଇଁଚି, ସନ୍ତୋଷ କୁମାର ମହାପାତ୍ରଙ୍କୁ ପଣସ ଓ କ୍ଷୀରୋଦ କୁମାର ଗିରିଙ୍କୁ ଫୁଟ୍‌ବଲ୍‌ ଖେଳାଳି ଚିହ୍ନ ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe