ସାଇଁକୁଳରେ ରଜ ପାଳିଲେ ସୌମ୍ୟରଞ୍ଜନ

ସାଇଁକୁଳରେ ରଜ ପାଳିଲେ ସୌମ୍ୟରଞ୍ଜନ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାରେ ରଜପର୍ବର ସ୍ୱତନ୍ତ୍ରତା ରହିଛି। ଆଜି ପହିଲି ରଜରେ ପିଠା, ମିଠା ଓ ରଜପାନ ଖାଇ ଦୋଳି ଖେଳିଛନ୍ତି ଯୁବଗୋଷ୍ଠୀ। ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଘସିପୁରାରେ ବିଭିନ୍ନ ଗାଁ ବୁଲି ରଜ ପାଳନ କରିଛନ୍ତି। ଘସିପୁରା ବ୍ଲକ୍ ସାଇଁକୁଳ ଗ୍ରାମର ଅନନ୍ତ ଚରଣ ସ୍ବାଇଁଙ୍କ ତତ୍ତ୍ଵାବଧାନରେ ମହାଆଡ଼ମ୍ବରେ ରଜ ମହୋତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ସୌମ୍ୟରଞ୍ଜନ ପଟ୍ଟନାୟକ ଅତିଥିଭାବେ ଯୋଗଦେଇ ଦୋଳି ଖେଳିଥିଲେ। ଭାଇଚାରାର ପର୍ବ ରଜକୁ ଆନନ୍ଦଉଲ୍ଲାସ ସହ ପାଳନ କରିବାକୁ ଶ୍ରୀ ପଟ୍ଟନାୟକ କହିଥିଲେ।

ଗ୍ରାମର ବୈକୁଣ୍ଠ ପଟ୍ଟନାୟକ, ଜଗବନ୍ଧୁ ମହାନ୍ତି, ଗୌରଙ୍ଗ ଚରଣ ବେହେରା, ମୂଷା ଘଡ଼େଇ, ଆଶିଷ ଚକ୍ର, ଅଜୟ ଚକ୍ର, ଦୁଃଖ ପରିଡ଼ା, ବ୍ରହ୍ମାନନ୍ଦ ପଟ୍ଟନାୟକ, ଅଭୟ ଚକ୍ର, ବ୍ରହ୍ମାନନ୍ଦ ସାମଲ, ବିଷ୍ଣୁ ଚରଣ ସାମଲ, ଭାଗୀରଥି ଦେହୁରୀ, ନିରଞ୍ଜନ ବେହେରା, ରାଜେନ୍ଦ୍ର ଦେହୁରୀ, ଦିନେଶ ପରିଡ଼ା, ସ୍ମୃତିଶଙ୍କର ପଟ୍ଟନାୟକ, ଶୁଭକାନ୍ତ ପରିଡ଼ା, ଭାଗବତ ପଣ୍ଡା, ଲିପାଞ୍ଜାଳି ଜେନା, ସେନା ସୁବେଦାର, ସନ୍ତୋଷ କୁମାର ସ୍ୱାଇଁ, ଅଶୋକ କୁମାର ଘଡ଼େଇ କା‌ର୍ଯ୍ୟକ୍ରମ ପରିଚାଳନା କରିଥି‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe