Symbolic picture by voanews.com
କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ୍ ଶଙ୍କରୀ ପଞ୍ଚାୟତ ପୋଟଳ ଗ୍ରାମରେ ସାପ କାମୁଡ଼ାରେ ଜଣେ ଛାତ୍ରୀଙ୍କୁ ମୃତ୍ୟୁ ଘଟିଛି। ମୃତକ ହେଲେ କୀର୍ତ୍ତନ ମୁଣ୍ତାଙ୍କ ଝିଅ ବୈଜୟନ୍ତୀ ମୁଣ୍ତା (୧୬)। ବୈଜୟନ୍ତୀ ବିଳମ୍ବିତ ରାତିରେ ନିକଟସ୍ଥ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ଏକ ବିଷାକ୍ତ ସାପ ତାଙ୍କ ପାଦକୁ କାମୁଡ଼ି ଥିଲା। ପରିବାର ଲୋକେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ।
ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ପୂର୍ବାହ୍ନ ସାଢ଼େ ୧୦ଟାବେଳେ ବୈଜୟନ୍ତୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କେନ୍ଦୁଝର ସଦର ଥାନା ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
Follow Us