ଘାଟଗାଁ: ମା’ ତାରିଣୀ ମନ୍ଦିର ରୂପାନ୍ତରୀକରଣ ପାଇଁ ମନ୍ଦିରର ବିଭିନ୍ନ ପାର୍ଶ୍ୱରେ ଥିବା ସ୍ଥାନର ସର୍ଭେ ଚାଲିଛି। ମନ୍ଦିରର କେଉଁ ପାର୍ଶ୍ୱରେ ଦୋକାନ ଘର ରହିବ, ବିଶ୍ରାମସ୍ଥଳୀ, ପାର୍କିଂ, ରାସ୍ତା ଆଦି ଉପରେ ସର୍ଭେ କରାଯାଉଥିବା ଦେଖିବାକୁ ମିଳିଛି। ସେହିପରି ରାଜସ୍ବ ବିଭାଗ ତରଫରୁ ଦୋକାନୀଙ୍କ ନାମ, ଠିକଣା ଓ କେତୋଟି ଦୋକାନ ଘର ରହିଛି, ସେନେଇ ଚିହ୍ନଟ ପକ୍ରିୟା ଜାରି ରହିଛି। ବିଗତ ଦିନରେ ତତ୍କାଳୀନ ନବୀନ ସରକାର ମନ୍ଦିର ରୂପାନ୍ତରୀକରଣ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର କରିଥିଲେ। ଗତ ଜୁନ ୨ ୩ ତାରିଖରେ ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଗାଁ ମା’ ତାରିଣୀ ମନ୍ଦିର ଦର୍ଶନ କରିବା ଅବସରରେ ଆଉ ୫୦ କୋଟି ଟଙ୍କା ଘୋଷଣା କରିଥିଲେ। ଅର୍ଥାତ ମୋଟ ୧୦୦ କୋଟି ଟଙ୍କା ବ୍ୟୟରେ ଉନ୍ନତୀକରଣ କାର୍ଯ୍ୟ କରାଯିବ।
ମା’ ତାରିଣୀ ମନ୍ଦିର ରୂପାନ୍ତରୀକରଣ ପାଇଁ ସର୍ଭେ
Advertisment
Follow Us