ରାସ୍ତା କାମ ନିମ୍ନମାନର, ସୁନ୍ଦୁରିଆରେ ଉତ୍ତେଜନା

ଆନନ୍ଦପୁର ବ୍ଲକ୍ ବାଉଁଶଗଡ଼ ପଞ୍ଚାୟତ ସୁନ୍ଦୁରିଆ-ବାରୁଆଁ ରାସ୍ତା ନିର୍ମାଣକୁ ନେଇ ସୁନ୍ଦୁରିଆ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ରାସ୍ତା କାମ ବନ୍ଦ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଅସିତ ପାତ୍ରୋସମ୍ପୃକ୍ତ ଠିକାଦାରଙ୍କୁ ତାଗିଦ୍ କରିଛନ୍ତି।

ke

ଆନନ୍ଦପୁର: ଆନନ୍ଦପୁର ବ୍ଲକ୍ ବାଉଁଶଗଡ଼ ପଞ୍ଚାୟତ ସୁନ୍ଦୁରିଆ-ବାରୁଆଁ ରାସ୍ତା ନିର୍ମାଣକୁ ନେଇ ସୁନ୍ଦୁରିଆ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ରାସ୍ତା କାମ ବନ୍ଦ କରିଥିଲେ। ଖବର ପାଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଅସିତ ପାତ୍ରୋ, କନିଷ୍ଠ ଯନ୍ତ୍ରୀ ରଜତ ସିଂହ ପହଞ୍ଚି ତଦନ୍ତ କରିବା ସହ ସମ୍ପୃକ୍ତ ଠିକାଦାରଙ୍କୁ ତାଗିଦ୍ କରିଛନ୍ତି।  
ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସୁନ୍ଦୁରିଆଠାରୁ ବାରୁଆ ପର୍ଯ୍ୟନ୍ତ ୬ କିମି ରାସ୍ତା ନିର୍ମାଣ କରାଯାଉଛି। ଏଥିପାଇଁ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟ୍ଟକଳ କରାଯାଇଛି। ଠିକାଦାର ପୁରୁଣା ରାସ୍ତାକୁ ସମ୍ପୂର୍ଣ୍ଣ ନଭାଙ୍ଗି ତାହା ଉପରେ ମାଟି ପକାଇ କାମ କରୁଥିବାରୁ ଏହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାସ୍ତା ଅଳ୍ପଦିନରେ ଭାଙ୍ଗିଯିବ ବୋଲି ଅଭିଯୋଗ କରିଛନ୍ତି। ଅନ୍ୟପଟେ ରାସ୍ତାଟି ପାହାଡ଼ ନିକଟରେ ଥିବାରୁ ଜଳ ନିଷ୍କାସନ ପାଇଁ  କଲଭର୍ଟ ନିର୍ମାଣର ଆବଶ୍ୟକତା ରହିଛି। କଲଭର୍ଟ ନିର୍ମାଣ କରାଯାଇ ନଥିବାରୁ ବର୍ଷା ହେଲେ ରାସ୍ତା ଧୋଇଯିବାର ଆଶଙ୍କା ରହିଛି।  ଆଜି ପୂର୍ବାହ୍ନରେ ଲୋକେ ରାସ୍ତା ନିର୍ମାଣ ବନ୍ଦ କରିଥିଲେ। ଖବର ପାଇ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ପହଞ୍ଚି ଠିକାଦରଙ୍କୁ ତାଗିଦ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe