ପୋଖରୀରେ ପଶିଗଲା କାର୍, ଜଣେ ମୃତ

Advertisment
ପୋଖରୀରେ ପଶିଗଲା କାର୍, ଜଣେ ମୃତ

କେନ୍ଦୁଝର: କାର୍ ରେ ଏକ କାର୍ ପଶିଯିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟ ୪୯ ନମ୍ବର ଜାତୀୟ ରାଜପଥ ରାସ୍ତା କଡ଼ ଜାମୁଡିହା ପୋଖରୀରେ ଘଟିଛି ଏହି ଦୁର୍ଘଟଣା। ବିଳମ୍ବିତ ରାତିରେ କାର୍ ଟି ରାସ୍ତାରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ୪୦ ଫୁଟ ତଳେ ଥିବା ଜାମୁଡିହା ପୋଖରୀ ମଧ୍ୟକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି।
ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି କାର୍ ପାଣିରୁ ବାହାର କରିବା ସହ ପୋଖରୀରୁ ଜଣେ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରିଛନ୍ତି। ମୃତକ କେନ୍ଦ୍ରାପଡ଼ା ଜିଲ୍ଲାର ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe