ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଦୋବଲାପାଳ ପଞ୍ଚାୟତ ବାଂଶପାଳ ଗ୍ରାମ ଜୁଆଙ୍ଗ ସାହିରେ ଆଜି ସକାଳୁ ସକାଳୁ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ମକୁରୁ ନାଏକ। ତାଙ୍କର ବୟସ ୬୦ ବର୍ଷ। ସେ ଆଜି ସକାଳୁ ଶୌଚ ନିମନ୍ତେ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ କବଳରୁ ବଞ୍ଚିବା ପାଇଁ ଦୌଡ଼ିବାକୁ ଚେଷ୍ଟା କରିଥିଲେ। ତେବେ ହାତୀ ଶୁଣ୍ଡରେ ଟାଣି ଆଣି କଚାଡ଼ିଦଳି ଦେଇଥିଲା।
ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କ ପରିବାରକୁ ୪୦ ହଜାର ଟଙ୍କା ସହାୟତା ଯୋଗାଇ ଦେବା ସହିତ ପରବର୍ତ୍ତୀ ପର୍ଯ୍ୟାୟରେ ୩ ଲକ୍ଷ ୬୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
Follow Us