କେନ୍ଦୁଝର: ବାଇକ୍‌କୁ ଭ୍ୟାନ୍‌ ଧକ୍କା ଦେବାରୁ ପରିବାରର ୩ ମୃତ, ୩ ଆହତ

Advertisment
କେନ୍ଦୁଝର: ବାଇକ୍‌କୁ ଭ୍ୟାନ୍‌ ଧକ୍କା ଦେବାରୁ ପରିବାରର ୩ ମୃତ, ୩ ଆହତ

କେନ୍ଦୁଝର: ବାଇକ୍‌କୁ ଭ୍ୟାନ୍‌ ଧକ୍କା ଦେବାରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଚେମଣାରେ ବାଇକ ଆରୋହୀ ଗୋଟିଏ ପରିବାରର ୩ ଜଣଙ୍କୁ ଭ୍ୟାନ୍‌ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୩ ଜଣ(ବାପା, ମା’ ଓ ଝିଅ)ଙ୍କ ମୃତ୍ୟୁ ହୋଇଥିଲା। ଆହତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳର ଚଢ଼େଇଭୋଳ ନିବାସୀ ସେଖ୍‌ ସହଜାଦ (୪୦) ସ୍ତ୍ରୀ ତମନ୍ନା ବିବି (୩୦) ଓ ତିନି ଝିଅଙ୍କ ସହିତ ଚିକିତ୍ସା ପାଇଁ ଆଜି ସକାଳୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଚିକିତ୍ସା ପରେ ସେମାନେ କେନ୍ଦୁଝର ସହର ନିକଟରେ ଥିବା ନିଜ ସଂପର୍କୀୟଙ୍କ ଘରକୁ ଯାଇଥିଲେ। ଅପରାହ୍ନରେ ନିଜ ଘରକୁ ବାଇକ୍‌ରେ ଫେରୁଥିବା ବେଳେ ସଲଦା ଛକ ନିକଟରେ ସାମ୍ନା ପଟରୁ ଏକ ଭ୍ୟାନ୍‌ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା।

ଗୁରୁତର ଭାବରେ ୩ ଝିଅଙ୍କୁ କେନ୍ଦୁଝର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପୂର୍ବରୁ ବଡ଼ ଝିଅ ଫତିମା ତହସିନଙ୍କ ମୃତ୍ୟୁ ଘଟିଥିବା ବେଳେ ମଝିଆ ଝିଅର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି। ସାନ ଝିଅ ସୁସ୍ଥ ଥିବା ବେଳେ ପିକ୍‌ଅପ୍‌ ଭ୍ୟାନ ଚାଳକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe