ମହୁଲ ବୋଝେଇ ଟ୍ରକ୍‌ ଓ ୪ଟି ପିକ୍‌ଅପ୍ ଭ୍ୟାନ୍‌ ଜବତ: ୫ ଗିରଫ

Advertisment
ମହୁଲ ବୋଝେଇ ଟ୍ରକ୍‌ ଓ ୪ଟି ପିକ୍‌ଅପ୍ ଭ୍ୟାନ୍‌ ଜବତ: ୫ ଗିରଫ

କେନ୍ଦୁଝର: କେନ୍ଦୁଝର ଅବକାରୀ ବିଭାଗ ଗତକାଲି ରାତି ପ୍ରାୟ ୨ଟାବେଳେ କେନ୍ଦୁଝର ଟାଉନ ଥାନା ବାମ୍ପାର ନିକଟରୁ ଗୋଟିଏ ମହୁଲ ବୋଝେଇ ୧୬ ଚକିଆ ଟ୍ରକ୍‌ ଓ ୪ଟି ପିକ୍‌ଅପ୍ ଭ୍ୟାନ୍‌କୁ ଜବତ କରିଛି। ଏହି ବେଆଇନ କାରବାରରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରାଯାଇଛି। ଦୁଇଜଣ ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ ଫେରାର ହୋଇଯାଇଛନ୍ତି। ଏଥିରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଅବକାରୀ ବିଭାଗର ଡେପୁଟି ସୁପରିଟେଣ୍ଡେଣ୍ଟ ଦିବ୍ୟରଂଜନ ଦୀପ ପ୍ରକାଶ କରିଛନ୍ତି।

ରାୟପୁରରୁ ଏକ ୧୬ ଚକିଆ ଟ୍ରକ (ଓଡି-୦୯ଏବି-୦୧୭୩)ରେ ୨୮୦ କୁଇଣ୍ଟାଲ ମହୁଲ ଆସି ବାମ୍ପାର ନିକଟରେ ୪ଟି ପିକ୍‌ଅପ୍‌ ଭ୍ୟାନ୍‌ (ଓଆର୍‌-୦୯-ଏଲ୍‌-୬୪୨୫, ଓଆର୍‌-୦୯-ଏଚ୍‌-୮୬୪୫, ଓଆର୍‌-୦୯-ଏନ୍‌-୫୬୧୦ ଏବଂ ଓଡି-୦୯-ଏବି-୦୬୨୧)ରେ ବିଭିନ୍ନ ସ୍ଥାନକୁ ଚାଲାଣ କରାଯିବାର ଥିଲା। ଖବର ପାଇ ଅବକାରୀ ବିଭାଗର ଡେପୁଟି ସୁପରିଟେଣ୍ଡେଣ୍ଟ ଶ୍ରୀ ଦୀପ, ଇନ୍‌ସ୍ପେକ୍ଟର ବେଣୁଧର ସାମଲ, ଇନ୍‌ସ୍ପେକ୍ଟର ଚନ୍ଦନ କୁମାର ମଣ୍ଡଳ ଓ ବିଭାଗୀୟ କର୍ମଚାରୀମାନେ ଚଢ଼ଉ କରିଥିଲେ। ସେଠାରୁ ‌ମହୁଲ ବୋଝେଇ ଟ୍ରକ୍‌ ସହ ୪ଟି ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରାଯାଇଛି। ୫ଜଣକୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ରାମଜୀ କନୱାର (୩୮), ଗୁରୁ ମୁଣ୍ଡା, ରାଜା ମୁଣ୍ଡା (୩୭), ସବ୍ୟସାଚୀ ମୁଣ୍ଡା (୧୯) ଓ ଗିରିଧାରୀ ନାଏକ (୨୪)। ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଜବତ ହୋଇଥିବା ମହୁଲର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe