ଘଣ୍ଟାଏ କାଳ ସାପ- ନେଉଳ ଲଢ଼େଇ, ଉଭୟ ମଲେ

Advertisment
ଘଣ୍ଟାଏ କାଳ ସାପ- ନେଉଳ ଲଢ଼େଇ, ଉଭୟ ମଲେ

hindimeaning.com

ଆନନ୍ଦପୁର: ଘଣ୍ଟାଏ ଧରି ସାପ-ନେଉଳ ମଧ୍ୟରେ ଚାଲିଲା ଘମାଘୋଟ ଲଢ଼େଇ। ଆକ୍ରମଣ ଏବଂ ପ୍ରତିଆକ୍ରମଣରେ ଘାଇଲା ହେବା ପରେ ଶେଷରେ ଉଭୟଙ୍କ ଜୀବନ ଚାଲିଗଲା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍‌ ପୁରୁଣିଆ ଗ୍ରାମରେ।

ପୁରୁଣିଆ ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜଗତାନନ୍ଦ ବଳଙ୍କ ବାଡ଼ିରେ ଆଜିି ସକାଳ ପ୍ରାୟ ସାଢ଼େ ୭ଟାବେଳେ ଏକ ନାଗସାପ ସହିତ ନେଉଳର ଲଢ଼େଇ ହୋଇଥିଲା। ସାପ-ନେଉଳ ଲଢ଼େଇ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା। ଦୀର୍ଘ ଏକଘଣ୍ଟା ଧରି ଲଢ଼ିବା ପରେ ପ୍ରଥମେ ନାଗସାପ ଏବଂ ପରେ ନେଉଳର ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ମୃତ‌ ନେଉଳ ଏବଂ ନାଗସାପକୁ ଗାତଖୋଳି ପୋତିି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe