ଦୁଇ ଭାଇଙ୍କ ଆକ୍ରମଣରେ ସାନଭାଇ ଓ ତାଙ୍କ ସ୍ତ୍ରୀ ଗୁରୁତର

Advertisment
ଦୁଇ ଭାଇଙ୍କ ଆକ୍ରମଣରେ ସାନଭାଇ ଓ ତାଙ୍କ ସ୍ତ୍ରୀ ଗୁରୁତର

ଆନନ୍ଦପୁର: ବଡ଼ବାପାଙ୍କ ଶବ ସତ୍କାରରେ ସାମିଲ ନ ହେବାରୁ ସାନଭାଇ ଏବଂ ଭାଇ ବୋହୁଙ୍କୁ ଟାଙ୍ଗିଆରେ ଆକ୍ରମଣ ଅଭିଯୋଗ ହୋଇଛି।  ଉଭୟେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା କେନ୍ଦୁଆ ଗ୍ରାମରେ।

ଗ୍ରାମର ଅମର ପାତ୍ରଙ୍କ ବଡ଼ବାପା ଗତକାଲି ମୃତ୍ୟୁବରଣ କରିଥିଲେ। ବଡ଼ବାପାଙ୍କ ଶବ ସତ୍କାରରେ ଅମର ଯୋଗ ଦେଇ ନ ଥିବାରୁ ତାଙ୍କ ୨ ବଡ଼ଭାଇ ଅମର ଏବଂ ତାଙ୍କ ପତ୍ନୀଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ଅମର ଏବଂ ତାଙ୍କ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଖବର ପାଇ ଘସିପୁରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe